ପୀୟୁଷଙ୍କୁ ଦେଖିବାକୁ ମିଳିଲାନି ଟିକେଟ, ଆଜି ପୁଣି ମଞ୍ଚସ୍ଥ ହେବ "ତୁ ମୋ ବଜରଙ୍ଗୀ"

NEWS7
donald-trump-eats-these-animal-meat-in-dinner-and-lunch

ଯାଜପୁର ୨୨/୦୧: ବାଦ ବିବାଦ ପରେ ମଞ୍ଚ ଚଢ଼ିଲେ ପୀୟୁଷ । ବୁଧବାର ପୀୟୂଷ ମଞ୍ଚ ଚଢିବା ଖବର ପାଇ ଟିକେଟ କାଉଣ୍ଟର ପାଖରେ ଦର୍ଶକ ଭିଡ ଦେଖିବାକୁ ମିଳିଥିଲା । ଏମିତିକି ଟିକେଟ ମଧ୍ୟ ଶେଷ ହୋଇଯାଇଥିଲା । ଆଉ ମଞ୍ଚରେ ପୀୟୂଷଙ୍କୁ ଦେଖି ଦର୍ଶକ ବେଶ୍ ଖୁସି । ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅଞ୍ଚଳ ପ୍ରସିଦ୍ଧ ଶୈବପୀଠ ବାବା ବରୁଣେଶ୍ୱର ମେଳା ପଡିଆରେ ଯାତ୍ରା ସିଂହ ବାହିନୀ ମଞ୍ଚରେ ଅଭିନୟ କରିଛନ୍ତି ପୀୟୁଷ ତ୍ରିପାଠୀ ।

ପୀୟୁଷଙ୍କ ମଞ୍ଚ ଚଢ଼ିବା ଉପରେ ମାନ୍ୟବର କୋର୍ଟ ରୋକ ଲଗାଇଥିବା ବେଳେ ତାଙ୍କୁ ଅଭିନୟ ପାଇଁ ପୁଣି ଥରେ ଅନୁମତି ମିଳିଥିଲା । ଅନୁମତି ମିଳିବା ପରେ ବରୁଣେଶ୍ଵର ମେଳାରେ ଯାତ୍ରା ସିଂହ ବାହିନୀର ଦ୍ୱିତୀୟ ରାତ୍ରିରେ "ତୁ ମୋ ବଜରଙ୍ଗୀ" ନାଟକରେ ଅଭିନୟ କରିଥିଲେ ପୀୟୁଷ । ପୀୟୂଷକୁ ଦେଖିବାକୁ ଯାତ୍ରା ସିଂହ ବାହିନୀରେ ହାଉସ ଫୁଲ ମଧ୍ୟ ଦର୍ଶକ ଦେଖିବାକୁ ମିଳିଥିଲା ।

​​​​​​​

ତେବେ ଏତେ ଦିନ ପରେ ମଞ୍ଚରେ ପୀୟୂଷଙ୍କ ଅଭିନୟ ,ନାଚ, ଗୀତ କୁ ଦେଖି ବେଶ୍ ଖୁସି ଦର୍ଶକ । ତାଙ୍କର ଅଭିନୟରେ ଝୁମିଥିଲେ ବସିଥିବା ଦର୍ଶକ । ତେବେ ଯାହା ଜଣାପଡିଛି ଦର୍ଶକ ଟିକେଟ ନପାଇ ନିରାଶ ହେବା ପରେ ପୁଣିଥରେ ଆଜି ନାଟକ ମଞ୍ଚସ୍ଥ ହେବ । ଦର୍ଶକଙ୍କ ପାଇଁ ଆଜି ବି ପୀୟଷ ପୁଣିଥରେ ସେହି "ତୁ ମୋ ବଜରଙ୍ଗୀ" ନାଟକରେ ଅଭିନୟ କରିବେ ।