LIVE TV

ନୋବେଲ ପାଇଁ ପୁଣି ବିଳବିଳେଇଲେ ଟ୍ରମ୍ପ, ଜାଣନ୍ତୁ କହିଲେ କ’ଣ?

NEWS7
gfx

ୱାସିଂଟନ ୧୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଏବେବି ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ଟ୍ରମ୍ପ ନା କେବଳ ନିଜର ଇଛା ପ୍ରକାଶ କରିଛନ୍ତି ବରଂ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଏହି ପୁରସ୍କାର ବିନା କୌଣସି କାରଣରେ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ ହାଉସ୍ ରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଗାଜାରେ ଶାନ୍ତି ସ୍ଥାପନା ଓ ୮ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ଉପଲବ୍ଧି ବଖାଣିଛନ୍ତି। ତେବେ ଏ ସବୁ କୌଣସି ପୁରସ୍କାର ପାଇଁ ସେ କରିନଥିବା କହିଛନ୍ତି।

ତେବେ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଓବାମା ରାଷ୍ଟ୍ରପତି ନିର୍ବାଚିତ ହେବାର ମାତ୍ର କିଛି ମାସରେ ତାଙ୍କୁ ନୋବେଲ ମିଳିଥିଲା। ସେ କହିଛନ୍ତି ଯେ ଓବାମାଙ୍କୁ ଏହି ପୁରସ୍କାର ସେ କିଛି ନ କରି ମିଳିଛି। ଓବାମା ଏହା ବି ଜାଣି ନଥିଲେ ଯେ ତାଙ୍କୁ ଶାନ୍ତି ନୋବେଲ ପାଇଁ ଚୟନ କରାଯାଇଛି। ତେବେ ଟ୍ରମ୍ପ ଓବାମା କିଛି ନ କରିବା ଓ ଆମ ଦେଶକୁ ବରବାଦ କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଓବାମାଙ୍କୁ ଏହି ପୁରସ୍କାର ଆମେରିକାକୁ ବରବାଦ କରିବା ଲାଗି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ୨୦୦୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା। ସେତେବେଳକୁ ଓବାମା ରାଷ୍ଟ୍ରପତି ଭାବେ ମାତ୍ର ୮ ମାସ କାର୍ଯ୍ୟ କରିଥିଲେ। ଓବାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଚୟନ ଅନେକଙ୍କୁ ବିସ୍ମିତ କରିଥିଲା। କିଛି ଲୋକେ ନୋବେଲ ପାଇଁ ମାନଦଣ୍ଡ ଆହୁରି କଠୋର ହେବା ଦରକାର ବୋଲି ମଧ୍ୟ କହିଥିଲେ। ତେବେ ଟ୍ରମ୍ପ କହିଛନ୍ତି ଯେ ସେ ଦ୍ୱିତୀୟବାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ  ଏପର୍ଯ୍ୟନ୍ତ ବିଶ୍ୱରେ ୮ ଯୁଦ୍ଧ ରୋକିଛନ୍ତି। କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ନିମନ୍ତେ ଏହା କୌଣସି ଉପଲବ୍ଧିଠାରୁ କମ ନୁହେଁ।

ହେଲେ ନୋବେଲ ପୁରସ୍କାର କମିଟି ଯାହା ତାଙ୍କ ଇଛା କରିବେ, ସେ ଯାହା ବି କରିବେ ତାହା ଠିକ୍। ମୁଁ ଏହା ଜାଣିଛି ଯେ ମୁଁ କୌଣସି ପୁରସ୍କାର ନିମନ୍ତେ ଏହା କରିନଥିଲି। ମୁଁ ଏଥି ପାଇଁ ଏହା କରିଥିଲି କାରଣ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଉ ମୁଁ ଚାହୁଁଥିଲି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ପ୍ରଭାବକୁ ବଢେଇଚଢେଇ କହନ୍ତି। ଗତମାସରେ ଜାତିସଂଘ ସମ୍ବୋଧନରେ ସେ ନିଜକୁ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ନାମାଙ୍କିତ କରିଥିଲେ।

ସେତେବେଳେ ଟ୍ରମ୍ପ କହିଥିଲେ ଯେ ସେ ୭ ଅନ୍ତହୀନ ଯୁଦ୍ଧକୁ ସମାପ୍ତ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ଯେଉଁ ଦେଶଙ୍କ ଯୁଦ୍ଧ ବିରାମ ଶ୍ରେୟ ଟ୍ରମ୍ପ ନେଇଥିଲେ, ସେଥିରୁ ଯୁଦ୍ଧବିରାମ କରିବାରେ ଟ୍ରମ୍ପଙ୍କ ଭୂମିକାକୁ ସମ୍ବଦ୍ଧିତ ଦେଶମାନେ ବିବାଦୀୟ କରିଥିଲେ।