ଜଗତସିଂହପୁର ୧୭।୧୧ : ଭାଙ୍ଗିଲା ବାଂଲାଦେଶୀ ଆଡ୍ଡା । ଜଗତସିଂହପୁର ବେହେରାମପୁରରେ ଥିବା ବାଂଲାଦେଶୀ ଆଡ୍ଡାକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ । ସରକାରୀ ଜାଗାରେ ଥିବା ବେଆଇନ୍ ଘରକୁ ଭାଙ୍ଗିଛି ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ​​​​​​​

​​​​​​​ଖବର ଅନୁଯାୟୀ, ରବିବାର ସଂଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେହେରାମପୁରରେ ଏକ ଘରେ ସନ୍ଦେହଜନକ କାରବାରରେ ଲିପ୍ତ ଥିବାର ଖବର ମିଳିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଏହି ସମୟରେ ହଠାତ୍‌ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା । ପୋଲିସ ଓ ସନ୍ଦିଗ୍ଧ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଯେଉଁଥିରେ ଆଡିସନାଲ ଏସ୍‌ପିଙ୍କ ସମେତ ୨ କନେଷ୍ଟବଳ ଆହତ ହୋଇଥିଲେ ।

ସେପଟେ ଏହି ଚଢାଉ ସମୟରେ ପୋଲିସକୁ ଏକ ବନ୍ଧୁକ ସହ ବିପୁଳ ପରିମାଣରେ ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ ହୋଇଥିଲା । ହେଲେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଥିଲା । ତେବେ ବେଆଇନ୍‌ ଭାବେ ଏତ ପରିମାଣର ଅସ୍ତ୍ରଶସ୍ତ୍ର କିପରି ଘରେ ରଖିଥିଲେ । ତାକୁ ନେଇ ପୋଲିସ ତଦନ୍ତ କରିଥିଲା । ଏହିକ୍ରମରେ ସୋମବାର ଦିନ ବେଆଇନ ଭାବେ କରିଥିବା ଘରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।