ୟୁଏସ୍ ଭିସା ଚାହୁଁଥିବା ବ୍ୟକ୍ତି ସାବଧାନ ! ସୋସିଆଲ ମିଡ଼ିଆ ବିଷୟରେ ଦେବାକୁ ହେବ ଏହି ସୂଚନା , ନୁହେଁ ତ ଭାଙ୍ଗି ଯିବ ସ୍ୱପ୍ନ

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ : ଆମେରିକାର ଭିସା ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର। ତାଙ୍କୁ ଭିସାର ଆବେଦନ କରିବା ବେଳେ ଗତ ୫ବର୍ଷରୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ସହ ଜଡ଼ିତ ସବୁ ତଥ୍ୟ ଦେବାକୁ ପଡ଼ିବ। ନୁହେଁତ ତାଙ୍କର ଆବେଦନ ରଦ୍ଦ ହୋଇପାରେ ଏବଂ ଆମେରିକା ଯିବାର ସ୍ୱପ୍ନ ଭାଙ୍ଗି ଯାଇ ପାରେ। ଆମେରିକୀୟ ଦୂତାବାସ ଗୁରୁବାର ଭିସା ଆବେଦନକାରୀଙ୍କ ଠାରୁ ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ ଗତ ପାଞ୍ଚ ବର୍ଷର ସବୁ ସୋସିଆଲ ମିଡ଼ିଆ ୟୁଜରନେମ୍‌ ଓ ହ୍ୟାଣ୍ଡଲର ଖୁଲାସା କରିବାକୁ କହିଛି। ଦୂତାବାସ କହିଛି ଯେ, ଏହାର ଉଲ୍ଲଂଘନ କରିବାରେ ଭିସା ଖାରଜ କରାଯାଇ ପାରେ ଏବଂ ଭବିଷ୍ୟତରେ ମଧ୍ୟ ଭିସା ପାଇଁ ଅଯୋଗ୍ୟ ଘୋଷିତ କରାଯାଇ ପାରେ।

ଆମରିକୀୟ ଦୂତାବାସ ଏକ୍ସରେ ଏକ ବୟାନରେ କହିଛି, ଭିସା ଆବେଦନକାରୀଙ୍କୁ ଡିଏସ-୧୬୦ ଭିସା ଆବେଦନରେ ବିଗତ ୫ ବର୍ଷ ମଧ୍ୟରେ ବ୍ୟବହୃତ ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟ , ୟୁଜରନେମ୍‌ ବା ହ୍ୟାଣ୍ଡଲ ସବୁ ତାଲିକାଭୁକ୍ତ କରିବାକୁ ପଡ଼ିବ। ବୟାନରେ  ଏହା ମଧ୍ୟ କୁହାଯାଇଛି ଯେ, ଆବେଦନକାରୀ ଫର୍ମରେ ସ୍ୱାକ୍ଷର କରିବା ଓ ତାକୁ ଜମା କରିବା ପୂର୍ବରୁ ପ୍ରମାଣିତ କରି ନିଅନ୍ତୁ ଯେ, ତାଙ୍କର ଭିସା ଆବେଦନରେ ଦିଆଯାଇ ଥିବା ସୂଚନା ସଠିକ୍‌।

ଏଥିରେ କୁହାଯାଇଛି ଯେ, ଯଦି ଆବେଦନକାରୀ କୌଣସି ବି ସୋସିଆଲ ମିଡି଼ଆ ଆକାଉଣ୍ଟ ବିଷୟରେ କୌଣସି ତଥ୍ୟ ଲୁଚାଇଥାନ୍ତି ତ , ତାଙ୍କର ଆବେଦନ କେବେ ବି ବାତିଲ କରାଯାଇ ପାରେ। ଭାରତରେ ଆମେରିକୀୟ ଦୂତାବାସ ଏକ୍ସରେ ଲେଖିଛି, ତତ୍କାଳ ପ୍ରଭାବରେ  F, M ବା J ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା  ସବୁ ବ୍ୟକ୍ତିଙ୍କୁ ଅନୁରୋଧ ଯେ, ସେ ନିଜର ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟର ଗୋପନୀୟତା ସେଣ୍ଟିଂକୁ ସାର୍ବଜନିକ କରି ଦିଅନ୍ତୁ , ଯାହାକି ଆମେରିକୀୟ ଆଇନ ଅନୁସାରେ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ତାଙ୍କର ପରିଚୟ ଓ ସ୍ୱୀକାର୍ଯ୍ୟତା ସ୍ଥାପିତ କରିବା ପାଇଁ ଆବଶ୍ୟକ ଯାଞ୍ଚ କରାଯାଇ ପାରିବ। ଏହା ପୂର୍ବରୁ ସୋମବାର ଆମେରିକୀୟ ବିଦେଶ ବିଭାଗ ଷ୍ଟୁଡେଣ୍ଟ ଭିସା ଆବେଦନକାରୀଙ୍କୁ ପୃଷ୍ଠ ଭୂମି ଯାଞ୍ଚ କରିବା ପାଇଁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟଗୁଡି଼କୁ ତଥ୍ୟ ସାର୍ବଜନିକ କରିବାକୁ କହିଥିଲା। 

ଏହା ରାଷ୍ଟ୍ରପତି ରାଷ୍ଟ୍ରୀୟ ସୁରକ୍ଷା ଓ ଅଖଣ୍ଡତାକୁ ନଜରରେ ରଖି  ଭିସା ନିୟମକୁ କଠୋର କରିବା ପାଇଁ , ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସର ଏକ ଅଂଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.