ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଉଦଘାଟିତ, ୪ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ହେବ ସହାୟକ

NEWS7
digha-jagannath-temple-why-did-ramakrishna-das-mahapatra-get-angry-

ଭୁବନେଶ୍ୱର: ଉଦଘାଟିତ ହେଲା ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ। ସୋମବାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଭାସି ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟ ଓ ଡିପୋରେ ୨୮ ହଜାର ବର୍ଗଫୁଟ ଷ୍ଟୋରେଜ୍ କ୍ଷମତା ରହିଛି । ଏହି ଡିପୋ ଓ କାର୍ଯ୍ୟାଳୟ ନିର୍ମାଣ ଫଳରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାର ୧୯୦ଟି ଖୁଚୁରା ବ୍ୟବସାୟୀଙ୍କୁ ସହଜ ଯୋଗାଣ ସମ୍ଭବ ହୋଇପାରିବ ।

ଏହି କାର୍ଯ୍ୟାଳୟ ଓ ଡିପୋ ଉଦଘାଟନ କରିବା ଅବସରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ଅବକାରୀ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବେଆଇନ ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଉଦଘାଟିତ ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଶୃଙ୍ଖଳିତ ବିତରଣ, ପାର୍କିଂ ବ୍ୟବସ୍ଥା ଓ ରାଜ୍ୟର ଅଯଥା ରାଜସ୍ୱ ହାନିକୁ ରୋକିବାରେ ସହାୟକ ହେବ।

ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ପି. ଅନେ୍ୱଷା ରେଡ୍ଡୀ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଛତ୍ରପୁରଠାରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲାପାଳ ଭି. କୀର୍ତ୍ତି ବାସନ୍ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।