କାର୍ ନୁହେଁ, ଶଗଡ଼ ଗାଡ଼ିରେ ଶାଶୂଘରକୁ ବିଦା ହେଲେ ସୁନା କନିଆ

NEWS7
dictator-general-francos-last-bronze-statue-remove-from-melilla-sapin

ଆସ୍କା ୨୮/୦୨: ଫିଲ୍ମ ଜଗା ହାତରେ ପଘା । ଆଉ ସିନେମାର ସେହି ଲୋକପ୍ରିୟ ଗୀତ । ରୂପା ଶଗଡିରେ ସୁନା କନିଆ । ଆଜି ବି ଦର୍ଶକଙ୍କ ମନରେ ଛାପ ଛାଡିଯାଇଛି । ଯେଉଁଥିରେ ଅଭିନେତ୍ରୀ ଅପରାଜିତା ମହାନ୍ତି କନ୍ୟା ସାଜି ଶଗଡରେ ବସି ଯାଉଥିଲେ । ଏବେ ବି ପ୍ରତିଟି ହୃଦୟରେ ବାଜି ଉଠେ ସେହି ସ୍ୱର । ଡିଜିଟାଲ୍ ଯୁଗରେ ବି ରିୟଲ ଲାଇଫରେ ଘଟିଛି ଏମିତି କିଛି କାହାଣୀ ।

ଏ କାହାଣୀରେ ସିନା ହିରୋ ହିରୋଇନ ନାହାଁନ୍ତି କିନ୍ତୁ ରିଇଲ ଲାଇଫ୍‌ର ସ୍ୱାମୀ ସ୍ତ୍ରୀ ଅଛନ୍ତି । ବଳଦ ଗାଡିରେ ବସିଛନ୍ତି କନ୍ୟା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।ଗାଁରାସ୍ତାରେ ଧୁଳି ଉଡ଼ାଇ ଶଗଡରେ ଆସିଲା ସୁନାକନିଆ । ଏହି ଭିଡିଓରେ ଦେଖନ୍ତୁ ଓଡ଼ିଆ ପରମ୍ପରା ଓ ଗାଁର ସୁନ୍ଦର ଦୃଶ୍ୟ। ଶଗଡ଼ ଉପରେ ବସିଥିବା ସୁନାକନିଆ ଏଣ୍ଟ୍ରି ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ । ଆଜିର ଆଧୁନିକ ଯୁଗରେ ଏମିତି ପରମ୍ପରାଗତ ଦୃଶ୍ୟ ବେଶ ଚିତାକର୍ଷକ ।

 

ବହୁ ବର୍ଷ ପୁର୍ବେ ବିବାହ କାର୍ଯ୍ୟଟିଏ ହେଲେ କନ୍ୟା ଶଗଡ ଗାଡିରେ ଶାଶୁ ଘରକୁ ଯାଉଥିଲା । ହେଲେ ଆଜିର ଡିଜିଟାଲ ଯୁଗରେ ତାହା ବିଲୁପ୍ତ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତର୍ଗତ ସାମନ୍ତରାପଲି ଗାଁରେ ସେହି ବର୍ଷ ବର୍ଷର ପୂରାତନ ପରମ୍ପରାକୁ ଦେଖିବାକୁ ମିଳିଛି । ଆଉ ଏହି ଗ୍ରାମର ଶନିଶ୍ଚରଙ୍କ ବିବାହ କାର୍ଯ୍ୟରେ କାର ବଦଳରେ ଶଗଡରେ ବୋହୂ ଆସିଥିବାର ଦେଖିବାକୁ ମିଳିଛି । ଯାହାକି ଆଜିକାଲି ଯୁବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇଛି ।

ବର୍ଷ ବର୍ଷ ପୁର୍ବେ ବିବାହ କାର୍ଯ୍ୟଟିଏ ହେଲେ ଖୋଜା ପଡୁଥିଲା ଶଗଡଗାଡି। ତାକୁଅତି ସୁନ୍ଦର ଭାବରେ ସଜା ଯାଇ ନବବଧୂ କୁ ଆଣିବାକୁ ବ୍ୟବହାର କରାଯାଉଥିଲା । ହେଲେ କାଳକ୍ରମେ ସେହି ପରମ୍ପରା ଧିରେ ଧିରେ ଲୋପ ପାଇଗଲା । ଶଗଡ ବଦଳରେ ନବ ବଧୂ କାରରେ ଶାଶୁ ଘର ଗଲେଣି । ତେବେସେହି ବର୍ଷ ବର୍ଷର ପରମ୍ପରାକୁ ପୁଣି ମନେ ପକାଇବା ସହ ନିଜ ବିବାହ କାର୍ଯ୍ୟକୁ ସବୁଦିନ ପାଇଁ ସ୍ମୃତି କରିବା ଉଦ୍ଧେଶ୍ୟରେ ପୁରୁଷୋତ୍ତମପୁର ବ୍ଲକ ସାମନ୍ତରାପଲ୍ଲି ଗାଁର ଶନିଶ୍ଚର ପ୍ରଧାନ ନେଇଥିଲେ ଭିନ୍ନ ପଦକ୍ଷେପ ।

କବିସୂର୍ଯ୍ୟନଗର ସହରରୁ ଶଗଡ ସଂଗ୍ରହ କରି ତାକୁ ରାତି ତମାମ ସଜାଇ ନିଜ ବିବାହ କାର୍ଯ୍ୟରେ ବ୍ୟବହାର କରିଥିଲେ । ଏଥିସହ ଶନିଶ୍ଚର ନିଜର ଧର୍ମପତ୍ନୀଙ୍କୁ ଆଣିବା ପାଇଁ କାର ବଦଳରେ ଶଗଡକୁ ବ୍ୟବାହର କରିଥିଲେ । ତାହା ସହ ଡିଜେ ସାଉଣ୍ଡ ବଦଳରେ ବାଘ ଷଣ୍ଢ ନୃତ୍ୟକୁ ମଧ୍ୟ ପରିବେଷଣ କରିଥିଲେ ।

also read..

ବିରଳ ଏହି ବିବାହ: ଦୁଇ ଯମଜ ଭଉଣୀଙ୍କ ହାତ ଧରିଲେ ଦୁଇ ଯାଆଁଳା ଭାଇ