୯ ବର୍ଷର ବିବାହରେ ପଡିବ ପୂର୍ଣ୍ଣଚ୍ଛେଦ ! ଛାଡପତ୍ର ନେବେ ଦିବ୍ୟାଙ୍କା ତ୍ରିପାଠୀ-ବିବେକ ଦହିଆ

Published By : Prameya-News7 Bureau | April 15, 2025 IST

ମୁମ୍ଵାଇ ୧୫।୦୪; ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସେ ଅଭିନେତା ବିବେକ ଦହିଆଙ୍କୁ ବିବାହ କରିଛନ୍ତି। ନିକଟରେ ଦିବ୍ୟାଙ୍କା ଏବଂ ବିବେକଙ୍କ ବିବାହ ବିଷୟରେ ଖବର ଆସିଥିଲା। କୁହାଯାଉଥିଲା କି ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି । ଏବେ ବିବେକ ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ବିବେକ କହିଲେ, ଏସବୁ ଶୁଣିଲା ପରେ 'ମୋତେ ବହୁତ ମଜା ଲାଗୁଛି।'  ଦିବ୍ୟାଙ୍କା ଏବଂ ମୁଁ ଏହି ଖବରକୁ ଦେଖିଲା ପରେ ବହୁତ ହସିଲୁ । ଆମେ ଆଇସ୍କ୍ରିମ୍ ଖାଉଥିବା ସମୟରେ ନ୍ୟୁଜ୍‌ଟି ପଢିଥିଲୁ। ଆମେ ଭାବିଲୁ ଯଦି ଆଉ ଟିକିଏ ଅଧିକ ସମୟ ହୋଇଥାନ୍ତା, ତେବେ ଆମେ ମଧ୍ୟ ପପକର୍ନ ଅର୍ଡର କରିଥାନ୍ତୁ। ମୁଁ ଏହି ବିଜନେସ୍‌ ମଡେଲକୁ ବହୁତ ଭଲ ଭାବରେ ବୁଝିପାରୁଛି। ତୁମେମାନେ ଏହି ଚାଞ୍ଚଲ୍ୟକର ଥମ୍ବନେଲ୍ ପୋଷ୍ଟ କର ଯେମିତି ଲୋକମାନେ ଏହି ଫାଲତୁ ନ୍ୟୁଜ୍‌କୁ ଦେଖିବେ। କିନ୍ତୁ ଏଥିରେ କିଛି ହୁଏ ନାହିଁ। ଦୟା କରି ଅବାସ୍ତବ ଖବରକୁ ଅଧିକ ବଢାଅ ନାହିଁ। କେବଳ ଅଜଥାରେ ଗୁଜବ ସୃଷ୍ଟି କରୁଛ।

କହିବାକୁ ଗଲେ ଦିବ୍ୟାଙ୍କା ଏବଂ ବିବେକଙ୍କ ଯୋଡ଼ିକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ୟେ ହୈ ମୋହବତେଁ ଶୋ’ର ସେଟ୍‌ରୁ ଆରମ୍ଭ ହୋଇଥିଲା। ଏହି ଶୋ’ରେ ଦିବ୍ୟାଙ୍କା ମୁଖ୍ୟ ଭୂମିକାରେ ଥିଲେ। ସେହି ସମୟରେ, ବିବେକଙ୍କୁ ଜଣେ ପୋଲିସ ଇନ୍ସପେକ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି କାମ କରୁଥିଲେ। ତା’ପରେ ସେମାନେ ପ୍ରେମରେ ପଡିଥିଲେ। ଏବେ ଦୁହିଁଙ୍କ ବିବାହକୁ ୯ ବର୍ଷ ହେଲାଣି । ବର୍ତ୍ତମାନ ଦିବ୍ୟଙ୍କା ଟିଭି ଠାରୁ ଦୂରତା ବଜାୟ ରଖିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.