ଥମୁନି ହାତୀ-ମଣିଶ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ଦଳିଦେଲା ଦନ୍ତା

NEWS7
dibyanka-tripathi-vivek-dahiya-to-file-for-divorce

ଦିଗପହଣ୍ଡି ୨୨।୦୨ : ହାତୀ-ମଣିଷ ଲଢେଇ। ହାତୀ ଆକ୍ରମଣରେ ୨ ମୃତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲମେରିପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ଗୋପିନାଥ ପ୍ରଧାନ ଏବଂ ଉର୍ମିଳା ରାଉତ।

ଏ ଖବର ବି ପଢନ୍ତୁ:- ବୋଲେରୋକୁ ଧକ୍କା ଦେଲା ଟ୍ରେଲର, ୫ ପୋଲିସ କର୍ମଚାରୀ ମୃତ

ଖବର ଅନୁଯାୟୀ, ରବିବାର ସକାଳେ ଜଲମେରିପଲ୍ଲୀ ଗ୍ରାମର ଗୋପିନାଥ ପ୍ରଧାନ ଏବଂ ଉର୍ମିଳା ରାଉତ ବିଲକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଭୀଷ୍ମଗିରି ଫରେଷ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଏ ଖବର ବି ପଢନ୍ତୁ:-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାରଠୁ ୨ ଦିନ ଘଡ଼ିଘଡ଼ି ସହ ବର୍ଷାର ସମ୍ଭାବନା