କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ଗାଁରେ ବ୍ୟାପିଲା ଡାଇରିଆ, ୫ ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | June 15, 2025 IST

କେନ୍ଦ୍ରାପଡ଼ା ୧୫।୬: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି l ଡେରାବିଶ ବ୍ଲକ୍ ଶ୍ୟାମସୁନ୍ଦରପୁର ଗାଁରେ ରବିବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି l ଝାଡାବାନ୍ତିରେ ଶ୍ୟାମସୁନ୍ଦରପୁର ଗାଁର ୬୦ ବର୍ଷ ବୟସ୍କ ବୃଦ୍ଧ ସଜନୀ ମଲ୍ଲିକଙ୍କର ବୁଧବାର ଦିନ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ସେହିପରି ସଜନୀଙ୍କ ଦୁଇ ପୁଅ ଓ ୮ ବର୍ଷର ନାତି ମଧ୍ୟ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି l ଗାଁ ଲୋକେ ଆକ୍ରାନ୍ତ ହେବା ପରେ ପ୍ରଥମେ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ପଠାଇ ଦିଆଯାଇଥିଲା l ଖବର ପ୍ରଚାର ହୋଇଯିବା ପରେ ଆଖପାଖ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଶ୍ୟାମସୁନ୍ଦରପୁର ଗାଁର ପଡୋଶୀ ଗାଁ ନୀଳକଣ୍ଠପୁରରେ ମଧ୍ୟ କିଛି ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି l 

ଶ୍ୟାମସୁନ୍ଦରପୁର ଗାଁରେ ଝାଡାବାନ୍ତି ବ୍ୟାପିବା ଘଟଣା ଜଣାପଡିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଏକ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଘର ସମେତ ଗାଁର ନଳକୂପ ଗୁଡିକୁ ବିଶୋଧନ କରାଯାଇଛି l ଗାଁରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି l ଗାଁରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯିବା ସହିତ ଆକ୍ରାନ୍ତ ମାନଙ୍କ ଘରେ ORS ଓ ଔଷଧ ବିତରଣ କରାଯାଇଛି l ଖାଦ୍ୟ, ପାନୀୟ ଓ ପରିଷ୍କାର ପରିଚ୍ଛନ୍ନତା ନେଇ ଗାଁ ଲୋକମାନକୁ ସ୍ୱାସ୍ଥ୍ୟକର୍ମୀ ମାନେ ସଚେତନ କରିଛନ୍ତି l ସନ୍ଧ୍ୟା ସୁଦ୍ଧା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି l ବିଜେପି ନେତା ତେଜେଶ୍ୱର ପରିଡା ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ପରିବାରକୁ ଭେଟିଛନ୍ତି l 

You Can Read:

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୩ ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ସହ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.