ରାୟଗଡା ଜିଲ୍ଲାରେ ବ୍ୟାପିଲା ଝାଡାବାନ୍ତି, ପ୍ରତିଦିନ ଚିକିତ୍ସିତ ହେଉଛନ୍ତି ୭ରୁ ୮ଜଣ ରୋଗୀ

Published By : Prameya-News7 Bureau | July 01, 2025 IST

ରାୟଗଡା ୧।୭: ରାଜ୍ୟରେ ୯ଟି ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ ପରେ ଏବେ ରାୟଗଡାରେ ପହଞ୍ଚିଛି ଝାଡାବାନ୍ତି । ଲଗାଣ ବର୍ଷା ଯୋଗୁଁ ରାୟଗଡାରେ ବ୍ୟାପିଛି ଝାଡାବାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ୭ରୁ ୮ଜଣ ଝାଡାବାନ୍ତି ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଆଗକୁ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବେଶ୍ ତପ୍ତର ହୋଇଉଠିଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ପରିମାଣରେ ସାଲାଇନ, ଓଆରଏସ୍ ସହ ଔଷଧ ମହଜୁଦ ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦୂଷିତ ଜଳ ସହ ଅପରିଷ୍କାର ବାହାର ଖାଦ୍ୟ ଦ୍ବାରା ଝାଡାବାନ୍ତି ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ବିଶେଷ କରି ସହରର ବିଭିନ୍ନ ସ୍ଥାନ ସହିତ ରଥଯାତ୍ରା ଉପଲକ୍ଷେ ବାହାରେ ବିକ୍ରି ହେଉଥିବା ଜଳଖିଆ ଦୋକାନ ମାନଙ୍କରେ ଚଢ଼ାଉ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି । 

ବର୍ତ୍ତମାନ ରାୟଗଡା ସଦର ବ୍ଲକ୍‌ର କୁର୍ଲି, ପେଟାଂ ଓ ପିତାମହଲ ସମେତ କୋଲୋନରା ବ୍ଲକର ସୁରୀ ଗାଁରେ ଝାଡାବାନ୍ତି ଦେଖାଦେଇଛି । ଦୈନିକ ୭ରୁ ୮ଜଣ ରୋଗୀ ଚିକିତ୍ସା ହୋଇ ଘରକୁ ଫେରୁଥିବା ବେଳେ ପୁଣି ୭ରୁ ୮ଜଣ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନ କୁର୍ଲି ଗ୍ରାମର ଇଶାରାଓ ମାଣ୍ଡାଙ୍ଗି, ପରି ମାଣ୍ଡାଙ୍ଗି, ଜିଲାଇ ଶାରକା ଓ ଅନି ଶାରକା, ପିତାମହଲ ପଞ୍ଚାୟତ କାନ୍ଦିଲି ଗ୍ରାମର ତରୁଣ ତାଡିଙ୍ଗି, ପେଟାଂ ପଚାଂୟତ ଆମଲାଭଟା ଗ୍ରାମର କାନ୍ଦୁ କୌଶଲ୍ୟା ଓ ଉପରରାମ୍ବୁ ଗ୍ରାମର ତୁଳଶିରାମ କୋଇଲି ଝାଡାବାନ୍ତି ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । 

You Can Read:

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.