LIVE TV
LIVE TV

ଭାରତର ଜିଡିପି ଡାଟାରେ ତ୍ରୁଟି ଥିବା କହିଲା ଆଇଏମଏଫ୍‌: ନ୍ୟାସନାଲ ଆକାଉଣ୍ଟ ଡାଟାକୁ ଦେଲା ସି ଗ୍ରେଡ୍

NEWS7
diamonds-prices-do-not-fluctuate-what-is-the-reason-for-this

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତୀୟ ଅର୍ଥନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଏହାର ବାର୍ଷିକ ସମୀକ୍ଷାରେ, ଆଇଏମଏଫ୍ ଭାରତର ନ୍ୟାସନାଲ ଆକାଉଣ୍ଟ ତଥ୍ୟରେ ଗମ୍ଭୀର ତ୍ରୁଟି ଥିବା ଉଲ୍ଲେଖ କରି ଏହାକୁ ସି ଗ୍ରେଡ୍ ଦେଇଛି। ଆକଳନର କ୍ୱାଲିଟି ଦୃଷ୍ଟିରୁ ଦେଖିଲେ ଏହାକୁ ଦ୍ୱିତୀୟ ସବୁଠାରୁ ଖରାପ ସ୍ତର ଭାବରେ ବିବେଚନା କରାଯାଏ।

ଭାରତର ନ୍ୟାସନାଲ ଆକାଉଣ୍ଟ ଷ୍ଟାଟିଷ୍ଟିକ୍‌ରେ ଜିଡିପି ଓ ଗ୍ରସ ଭାଲ୍ୟୁ ଆଡେଡ୍ ଭଳି ଡାଟା ରହିଥାଏ। ଆଇଏମଏଫ୍‌ରେ ଏହି ଛାଟ ପରେ ଭାରତର ଜିଡିପି ଆକଳନ ନେଇ ସନ୍ଦେହ ପ୍ରକାଶ ପାଇଛି।  

ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନ ଭାରତର ଅର୍ଥନୈତିକ ଢାଞ୍ଚାର ବାର୍ଷିକ ସମୀକ୍ଷାରେ କହିଛି ଯେ ନିମ୍ନ ଗ୍ରେଡର ଅର୍ଥ ହେଉଛି ଉପଲବ୍ଧ ତଥ୍ୟରେ କିଛି ତ୍ରୁଟି ଅଛି ଯାହା ଭଲ ଭାବରେ ନିରୀକ୍ଷଣ କରିବାରେ ବାଧା ସୃଷ୍ଟି କରୁଛି।

ଏଥିରେ କୁହାଯାଇଛି ଯେ ଯଦିଓ ନ୍ୟାସନାଲ ଆକାଉଣ୍ଟସ୍ ତଥ୍ୟ "ପର୍ଯ୍ୟାପ୍ତ ଫ୍ରିକ୍ୱେନ୍ସି ଏବଂ ସମୟ ଅନୁସାରେ ଉପଲବ୍ଧ ଅଛି ଏବଂ ପ୍ରଚୁର ବିବରଣୀ ପ୍ରଦାନ କରେ।" ତେବେ ପଦ୍ଧତିଗତ ଦୁର୍ବଳତା "ସର୍ଭିଲାନ୍ସରେ କିଛିଟା ବାଧା ସୃଷ୍ଟି କରେ। ଏ କ୍ଷେତ୍ରରେ ନ୍ୟାସନାଲ ଆକାଉଣ୍ଟସ୍ ପାଇଁ ସାମଗ୍ରିକ ସେକ୍ଟୋରାଲ ରେଟିଂ ସି ଦିଆଯାଏ।

​​​​​​​ଆଇଏମଏଫ ଏହାର ଯାଞ୍ଚରେ ଉଲ୍ଲେଖ କରିଛି ଯେ ଭାରତର ନ୍ୟାସନାଲ ଆକାଉଣ୍ଟ୍ସ ହିସାବ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଅନୌପଚାରିକ କ୍ଷେତ୍ର ଏବଂ ଲୋକଙ୍କ ଖର୍ଚ୍ଚ ଢାଞ୍ଚା ଭଳି ପ୍ରମୁଖ ଦିଗଗୁଡ଼ିକୁ ପର୍ଯ୍ୟାପ୍ତ ଭାବରେ ଗ୍ରହଣ କରୁନାହିଁ। ତେଣୁ ଡାଟାରେ ଠିକ୍ ଭାବେ ଗ୍ରହଣ କରାଯାଉ ନାହିଁ ବୋଲି ଆଇଏମଏଫ୍ କହିଛି।