ଢେଙ୍କାନାଳ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଦୁଇ ASI ସସ୍‌ପେଣ୍ଡ

Published By : Prameya-News7 Bureau | August 23, 2025 IST

ଢେଙ୍କାନାଳ: ଢେଙ୍କାନାଳରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଦୁଇ ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ସସପେଣ୍ଡ୍ କରିଛନ୍ତି ଏସପି। ସଦର ଥାନାର ରୋଜାଲିନ ମିଞ୍ଜ ଓ ଟାଉନ ଥାନାର ଉତ୍କଳ ବିଜୟ ମହାନ୍ତି  ନିଲମ୍ବିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଏସପି ଅଫିସ ସମ୍ମୁଖରେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ।

ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ଜଣଙ୍କ  ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁମର ଅମରନାଥ ଜେନାଙ୍କ ପତ୍ନୀ। ସେ ସ୍ୱାମୀଙ୍କ ସହିତ ଅନୁଗୁଳର ରୁହନ୍ତି। ମହିଳାଙ୍କ ବାପଘର ଜଗତସିଂହପୁର  ଓ ସେ ପ୍ରେମ ବିବାହ କରିଥିବା ଜଣାପଡ଼ିଛି। ମାତ୍ର ତାଙ୍କର ଜଣେ ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହି ନ ପାରି ବାରମ୍ଵାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ଗୁହାରି କରିବା ପାଇଁ ଦୌଡୁଥିଲେ। ହେଲେ କେହି ତାଙ୍କ କଥା ନଶୁଣି ପରସ୍ପର ଥାନାକୁ ପଠାଉଥିଲେ। 

ଏଥିରେ ଅତିଷ୍ଠ ହୋଇ ଆଜି ସାଥିରେ ପେଟ୍ରୋଲ ଓ ଡିଆସିଲି ଆଣି ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି। ପୁଲିସ ପେଟ୍ରୋଲ ଓ ଦିଆସିଲ ସହିତ ମହିଳାଙ୍କୁ ଉଦ୍ଧାର କରିଛି । ଏହି ଘଟଣା ପରେ ଢେଙ୍କାନାଳ ଏସ ପି ଅଭିନବ ସୋନକର  ଉଭୟ ସଦର ଓ ଟାଉନ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.