ସମ୍ବଲପୁର ୦୨/୧୦: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଜି ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ ।
ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ବର୍ଷର ସମସ୍ତ ଦିନ ଓ ପର୍ବ ଗୁଡିକରେ ମା ସିନ୍ଦୁରବର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦେଇଥାନ୍ତି ।
ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପରେ ଗଙ୍ଗା ଗୟା ରେ ସ୍ନାନ କରିବାର ନୀତି ନିୟମ ରହିଛି, ହେଲେ ଯେଉଁ ମାନେ କୌଣସି କାରଣ ଯୋଗୁଁ ଗଙ୍ଗା, ଗୟା ଯାଇପାରନ୍ତିନାହିଁ ସେମାବେ ପିତୃପୁରୁଷ ପିଣ୍ଡ ଦାନ ପରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରି ସମାନ ଫଳ ପାଇଥାନ୍ତି । ତେବେ ଆଜି ସମ୍ବଲପୁର ସମଲେଶ୍ବରୀଙ୍କ ମନ୍ଦିରରେ ମାଁଙ୍କ ଧବଳମୁଖୀ ବେଶ କରାଯାଇଥିବା ଆଜି ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ କରୁଛନ୍ତି |