ବ୍ରହ୍ମପୁର: ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ । ରବିବାର ହୋଇଥିବା ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି, ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା, ମାଓବାଦୀ ଗତିବିଧି ଆଦି ଦିଗକୁ ନେଇ ସମୀକ୍ଷା ହୋଇଛି।
ବୈଠକ ପରେ ଡିଜିପି ଦେଇଥିବା ସୂଚନା ଅନୁଯାୟୀ, ବୌଦ୍ଧ, କନ୍ଧମାଳରେ ନକ୍ସଲଙ୍କ ଗତିବିଧ ନେଇ ଅପରେସନ ଜାରି ରହିଛି। ଏହାକୁ ପ୍ରତିରୋଧ କରିବା ପାଇଁ ଅଧିକ ଫୋର୍ସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି। ୩୪୦ କ୍ବିଣ୍ଟାଲ ଗଂଜେଇ ଜବତ ସହ ୭ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା କୁହିଛନ୍ତି।
ନିର୍ଚାଚନ ପ୍ରସ୍ତୁତି ସମ୍ପର୍କରେ କହିବା ସହ ଡିଜିପି କହିଛନ୍ତି। ବୁଥରେ ସୁରକ୍ଷିତ ଭାବେ ଭୋଟ ଦାନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତି ନିର୍ବାଚନମଣ୍ଡଳୀରେ ଗୋଟିଏ ପାରାମିଲିଟାରୀ ଫୋର୍ସ ମୁତୟନ ହେବେ। ସେଣ୍ଟ୍ରାଲକୁ ୨୫ କମ୍ପାନୀ ଫୋର୍ସ ରାଜ୍ୟ ଦେଇଛି। ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଉଛି। ସୀମାନ୍ତରେ ଚେକ୍ ପୋଷ୍ଟ କରାଯାଇଛି। ସାମାଜିକ ଗଣମାଧ୍ୟମକୁ ଦୁରୁପଯୋଗ କରାନଯିବ ସେଥିପାଇ ମଧ୍ୟ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଡିଜିପି।