ଶ୍ରୀମନ୍ଦିରରେ ପୋଲିସ ଡିଜି ଓ୍ୱାଇବି ଖୁରାନିଆ, ମହାପ୍ରଭୁଙ୍କୁ ଦର୍ଶନ ସହ ସୁରକ୍ଷାର କଲେ ସମୀକ୍ଷା

Published By : Prameya-News7 Bureau | May 12, 2025 IST

ପୁରୀ ୧୨।୦୫ : ପୁରୀରେ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇ ବି ଖୁରାନିଆ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । 

ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇ ବି ଖୁରାନିଆ ପୁରୀ ଗସ୍ତରେ ଆସିଛନ୍ତି । ଏହିଅବସରରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାସହିତ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି । ଏହି ଅବସରରେ ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.