ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ମୋଦୀଙ୍କ ପ୍ରତ୍ୟାଖ୍ୟାନ, ଅପରେସନ ସିନ୍ଦୂରର ସମ୍ୱୋଧନ ବେଳେ ଏମିତି କହିଲୋ ନମୋ

Published By : Prameya-News7 Bureau | May 13, 2025 IST

ନୂଆଦିଲ୍ଲୀ ୧୩/୦୫: ପାକିସ୍ତାନ ବିରୋଧରେ ଭାରତର ଅପରେସନ୍ ସିନ୍ଦୂର ପାଇଛି ସଫଳତା । ଏହି ସଫଲତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି, ଏହା କେବଳ ଏକ ସେନା ଅଭିଯାନ ନୁହେଁ ବରଂ ସିନ୍ଦୂରକୁ ନ୍ୟାୟ ଦେବାକୁ ଏକ ଅଖଣ୍ଡ ପ୍ରତିଜ୍ଞା। ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ମୋଦୀ କହିଛନ୍ତି, ଏବେ ଆତଙ୍କୀ ଓ ଆତଙ୍କୀ ସଙ୍ଗଠନ ଜାଣିସାରିଛି ଯେ,  ଆମ ମା’ ଭଉଣୀଙ୍କ ମଥାର ସିନ୍ଦୂର ସହ ଖେଳିବାର ପରିଣତି କ’ଣ ହୋଇପାରେ । 

ଦେଶର ୩ ସେନାକୁ ପ୍ରଶଂସା କରି କହିଲେ, ’ସାରା ଦୁନିଆ ଦେଖିସାରିଛି କିପରି ଭାରତ ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେଇଛି । ପାକିସ୍ତାନ କରିଥିବା ପ୍ରତିଟି ଡ୍ରୋନ ଭାରତର ଏୟାର ଡିଫେନ୍ସରେ ଛିନଛତ୍ର ହୋଇଯାଇଥିଲା। ମୋଦୀଙ୍କ ଏହି ସମ୍ବୋଧନ ଉପରେ ଥିଲା ସାରା ବିଶ୍ବ ଉପରେ ନଜର । ଅଧିକାଂଶ ଅନ୍ତର୍ଜାତୀୟ ମିଡିଆରେ ଏନେଇ ଚର୍ଚ୍ଚା ହେଉଛି । ମୋଦୀ ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନାହାନ୍ତି । 

ଏଥିରୁ ପ୍ରରୋକ୍ଷ ଭାବେ ସ୍ପଷ୍ଟ ହୋଇଛି ଯେ ଭାରତ , ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା. କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନା କହିଛନ୍ତି ମୋଦୀ । ମୋଦୀ କହିଛନ୍ତି ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ’ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ଶାନ୍ତି  ବାର୍ତ୍ତା ପ୍ରସଙ୍ଗକୁ ଖାରଜ କରିଛନ୍ତି । କହିଛନ୍ତି, ଆଲୋଚନା ଓ ଆତଙ୍କବାଦ ଏକାସଙ୍ଗେ ହୋଇପାରିବ ନାହିଁ । 

ବ୍ୟାପାର ଓ ଆତଙ୍କବାଦୀ ଏକାସଙ୍ଗେ ଚାଲିବ ନାହିଁ । ସେହିପରି ପାଣି ଓ ରକ୍ତ ବି ଏକାସାଙ୍ଗେ ବହିପାରିବ ନାହିଁ’ । ଖାଲି ଏତିକି ନୁହେଁ ଭବିଷ୍ୟତରେ ଯଦି ପାକିସ୍ତାନ କିଛି ଉସୁକାଇବା ଭଳି କାମ କରେ ଭାରତ ବି ନିଜ ସର୍ତ୍ତ ଉପରେ କଠୋର ଜବାବ ଦେବ । ଭାରତ କେବେବି ପାକିସ୍ତାନର ପରମାଣୁ ବ୍ଲାକମେଲକୁ ସହିବ ନାହିଁ ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.