ସବୁ ବିମାନର ହେବ ଫୁଏଲ୍ ସ୍ୱିଚ୍ ଯାଞ୍ଚ, ବିମାନ ପରିଚାଳନା କମ୍ପାନିଗୁଡ଼ିକୁ ଡିଜିସିଏର ନିର୍ଦ୍ଦେଶ

Published By : Prameya-News7 Bureau | July 14, 2025 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଉପରେ AAIBର ପ୍ରାଥମିକ ରିପୋର୍ଟ ସାମନାକୁ ଆସିବା ଡିଜିସିଏ ବିମାନ କମ୍ପାନିଗୁଡ଼ିକୁ ବଡ଼ ନିର୍ଦ୍ଦେଶ ଦେଇଛି । ଡିଜିସିଏ ସମସ୍ତ ପଞ୍ଜିକୃତ ବିମାନର ଇଞ୍ଜିନ ଫୁଏଲ୍ ସ୍ୱିଚ୍‌ର ବାଧ୍ୟତାମୂଳକ ଯାଞ୍ଚ ପାଇଁ ଆଦେଶ ଦେଇଛି । ଆସନ୍ତା ଜୁଲାଇ ୨୧ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । 

ଡିଜିସିଏ ନିର୍ଦ୍ଦେଶ ଅନୁସାରେ ଷ୍ଟେଟ୍ ଅଫ୍ ଡିଜାଇନ୍/ମେନ୍ୟୁଫାକ୍ଚର ପକ୍ଷରୁ ଜାରି ଏୟାରୱର୍ଦିନେସ୍ ଡାୟରେକ୍ଟିଭ ଅନୁସାରେ ଏହି ତଦନ୍ତକୁ ବାଧ୍ୟତାମୂଳକ କରାଯାଇଛି । ଡିଜିସିଏ ନିଜ ଆଦେଶରେ କହିଛି ଯେ ଅନେକ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ପରିଚାଳକ ନିର୍ଦ୍ଦେଶ ଅନୁସାରେ ନିଜ ବିମାନର ତଦନ୍ତ ଆରମ୍ଭ କରିସାରିଛନ୍ତି । 

ଏଏଆଇବି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନର ଦୁର୍ଘଟଣାଗ୍ରସ୍ତ ଉପରେ ନିଜ ପ୍ରାରମ୍ଭିକ ରିପୋର୍ଟ ଜାରି କରିଥିଲା । ଜୁନ୍ ୧୨ରେ ହୋଇଥିବା ଏହି ଦୁର୍ଘଟଣାରେ ୨୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଡାଉଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ବିଲ୍ଡିଂରେ ପିଟି ହୋଇଥିଲା । ୧୫ ପୃଷ୍ଠାର ତଦନ୍ତ ରିପୋର୍ଟରେ କୁହାଯାଇଥିଲା ଯେ କକପିଟ୍ ଭଏସ୍ ରୋକର୍ଡିଂରୁ ଶୁଣିବାକୁ ମିଳୁଛି ଯେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ଇନ୍ଧନ କାହିଁକି ବନ୍ଦ କଲ ବୋଲି ପ୍ରଶ୍ନ କରୁଛନ୍ତି, ଯାହାର ଜବାବରେ ମୁଁ କରି ନାହିଁ ବୋଲି ଦ୍ୱିତୀୟ ପାଇଲଟ୍ କରିଥିଲେ । ଅନୁମାନ କରାଯାଉଛି ଯେ ବିମାନର ଦୁଇ ଇଞ୍ଜିନକୁ ଇନ୍ଧନ ମିଳି ପାରିନଥିଲା ଓ ୩୨ ସେକେଣ୍ଡରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.