ଭୁବନେଶ୍ବର ୩୧।୭: ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁରୀ ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ । ଏ ନେଇ ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇଛନ୍ତି । ଉନ୍ନୟନ କମିଶନର କହିଛନ୍ତି, ବୁଧବାର ଥିଲା ତଦନ୍ତର ଶେଷ ତାରିଖ । ତଦନ୍ତ ସାରି ଗୁରୁବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ । ମୋ କାମ ଥିଲା ତଦନ୍ତ କରିବା । ରିପୋର୍ଟ ଦେଇଦେବି । ତାପରେ ସରକାର ଯାହା ନିଷ୍ପତ୍ତି ନେବେ ।
ସୂଚନାଯୋଗ୍ୟ ଯେ, ଜୁନ୍ ୨୯ ତାରିଖରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳାଚକଟା । ଯେଉଁଥିରେ ୩ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୩୦ ତାରିଖରେ ଉନ୍ନୟନ କମିଶନରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ସରକାର । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ତଦନ୍ତ ଜାରି ରହିଥିଲା । ପୁରୀ ସର୍କିଟ ହାଉସ ଠାରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଜୁଲାଇ ୩୦ ତାରିଖ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି । ସବୁ ରିପୋର୍ଟକୁ ଏକାଠି କରି ଉନ୍ନୟନ କମିଶନର ପ୍ରଦାନ କରିବେ । କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ କମିଶନର । ଶରଧାବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବୁଧବାର ଏହାର ଡେଡଲାଇନ ଶେଷ ହୋଇଛି ।
You Can Read:
ପୁରୀ ଶରଧାବାଲି ଦଳାଚକଟା ଘଟଣା : ଜୁଲାଇ ୩୦ସୁଦ୍ଧା ଶୁଣାଣି ଶେଷ, ଗୁରୁବାର ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିଶନର