ଭୁବନେଶ୍ବର ୩୧।୭: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ଗୁରୁବାର ରିପୋର୍ଟ ଦେଇପାରନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର । ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି । ସବୁ ରିପୋର୍ଟକୁ ଏକାଠି କରି ଉନ୍ନୟନ କମିଶନର ପ୍ରଦାନ କରିବେ । କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ କମିଶନର । ଶରଧାବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବୁଧବାର ଏହାର ଡେଡଲାଇନ ଶେଷ ହୋଇଛି ।
ସୂଚନାଯୋଗ୍ୟ ଯେ, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଭୋର ସକାଳ ପ୍ରାୟ ୪ଟା ୩୦ରେ ପ୍ରବଳ ଭିଡ଼ କାରଣରୁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏପରିକି ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହିଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ତଦନ୍ତ ଜାରି ରହିଥିଲା । ପୁରୀ ସର୍କିଟ ହାଉସ ଠାରେ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଜୁଲାଇ ୩୦ ତାରିଖ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି ।
You Can Read:
ବୈତରଣୀରେ ଜଳସ୍ତର ଆଉ ବଢିବ ନାହିଁ, ତେଣୁ ବନ୍ୟା ହେବାର ଆଶଙ୍କା ନାହିଁ