ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼। ୧୭୪ ବର୍ଷ ତଳେ ହୋଇଥିବା ମହାବିପର୍ଯ୍ୟୟର ପୁନରାବୃତ୍ତି। ୩୦୦ କିମି ବେଗରେ ପବନ।  ପ୍ରଳୟ ଆଁରେ ପଶୁଛି କାରବିଆନ ଦେଶ। ହାତ ଟେକିଦେଲେ ପ୍ରଧାନମନ୍ତ୍ରୀ। ପ୍ରାର୍ଥନା କରୁଛନ୍ତି ବିଶ୍ୱବାସୀ। ଜାମାଇକାରେ ତାଣ୍ଡବ ରଚିଛି ମେଲିସା। କାରିବିଆନରେ ସୃଷ୍ଟି ହୋଇଥିବା କାଟାଗୋରୀ-5ର ଏହି ହରିକେନ ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ମଧ୍ୟରୁ ଗୋଟିଏ

ଜାମାଇକାର ନ୍ୟୁ ହୋପ୍ ନିକଟରେ କରିଛି ଲ୍ୟାଣ୍ଡଫଲଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ବେଗରେ ପବନପ୍ରବଳ ବର୍ଷା ତା ସାଙ୍ଗକୁ ଉଠିଲା ଉଚ୍ଚ ଢେଉ। କୋଠା ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଯିଏ ଆଗରେ ପଡ଼ିଲା, ମେଲିସାର କୋପରେ ମାଟିରେ ମିଶିଛିଉପକୂଳବର୍ତ୍ତୀ ସହରରେ ଶହ ଶହ ଘର ପାଣିରେ ବୁଡ଼ି ରହିଛି। ଘରୁ ନବାହାରିବାକୁ ସତର୍କ କରାଇଛନ୍ତି ବରିଷ୍ଠ ଅଧିକାରୀ। ଏହା ଜାମାଇକା ପ୍ରଳୟ ରଚିବା ପରେ କ୍ୟୁବା ଏବଂ ବାହାମାସକୁ ମୁହାଁଇଛି ମେଲିସା

ଦେଶବାସୀଙ୍କୁ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନେସ୍। କହିଛନ୍ତି ଏହି ଝଡ଼ ଜାମାଇକା ପାଇଁ ବିନାଶକାରୀ ପ୍ରମାଣିତ ହେବ। ବିଶ୍ୱରେ ଏପରି କୌଣସି ଭିତ୍ତିଭୂମି ନାହିଁ, ଯାହା କାଟାଗୋରୀ-୫ର ଶକ୍ତିଶାଳୀ ଘୂର୍ଣ୍ଣିଝଡ଼କୁ ସହ୍ୟ କରିପାରିବ। ଜାମାଇକାର ଦକ୍ଷିଣ ଅଞ୍ଚଳଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବଲୋକଙ୍କୁ ଘର ଭିତରେ ରହିବା ଏବଂ ପ୍ରଶାସନିକ ନିର୍ଦ୍ଦେଶଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।

ହୋଲନେସ୍ କହିଛନ୍ତି ଆମେ ନିରନ୍ତର ପ୍ରସ୍ତୁତି କରୁଛୁ ଏବଂ ପରିସ୍ଥିତି ଖରାପ ନହେବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛୁକିନ୍ତୁ ଏହା ଏକ ଐତିହାସିକ ବିପର୍ଯ୍ୟୟ ପ୍ରମାଣିତ ହୋଇପାରେ। ଏହା କେବଳ ଏକ ଝଡ଼ ନୁହେଁ ଏହା ଆମର ଧୈର୍ଯ୍ୟ ଏବଂ ସଂହତିର ଏକ ପରୀକ୍ଷା। ସରକାର ଦେଶରେ ଜାତୀୟ ବିପର୍ଯ୍ୟୟ ଜରୁରୀକାଳୀନ ଘୋଷଣା କରିଛନ୍ତି। ସମସ୍ତ ବିମାନବନ୍ଦରକୁ ବନ୍ଦ କରାଯାଇଛିସାଧାରଣ ପରିବହନ ସେବା ବନ୍ଦ କରାଯାଇଛି କିଙ୍ଗଷ୍ଟନ, ସେଣ୍ଟ ଏଲିଜାବେଥ ଏବଂ କ୍ଲାରେଣ୍ଡନ ଭଳି ଦକ୍ଷିଣ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟ କରାଯାଇଛି। ୮୦୦ରୁ ଅଧିକ ରିଲିଫ୍ ଶିବିରରେ ଅଛନ୍ତି ହଜାର ହଜାର ଲୋକେଜାମାଇକା ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ଏବଂ ପ୍ରବଳ ପବନର ତୀବ୍ରତା ଆହୁରି ବୃଦ୍ଧି ପାଇପାରେ।

ମେଲିସାର ଆଇର ଭିଡିଓଗ୍ରାଫି କରିଛି ଆମେରିକା ବାୟୁସେନା ହଣ୍ଟର୍ସଭାଇରାଲ ଭିଡିଓରେ ଆଟଲାଣ୍ଟିକ୍ ମହାସାଗର ଆକାଶରେ ଏକ ଭୟଙ୍କର ଦୃଶ୍ୟ ଦେଖାଯାଉଛିକାରିବିଆନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ମେଲିସା ଅତି ଭୟଙ୍କର ରୂପ ନେଇଥିଲା। ଏହା ମହାବିପର୍ଯ୍ୟୟ ଆଣିପାରେ ବୋଲି ପୂର୍ବରୁ ଚେତାଇ ଦେଇଥିଲା ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର।

ସାରା ବିଶ୍ୱରେ ଘୂର୍ଣ୍ଣିବାତ୍ୟାକୁ ଭିନ୍ନ ଭିନ୍ନ ନାମରେ କୁହାଯାଏ। ଯେପରିକି ଟାଇଫୁନ୍, ହରିକେନ, ଟର୍ଣ୍ଣଡୋ ଏବଂ ସାଇକ୍ଲୋନ। ଷ୍ଟର୍ମ ହେଉଛି ଏକ ପ୍ରକାରର ବାୟୁମଣ୍ଡଳୀୟ ବିଶୃଙ୍ଖଳାସମୁଦ୍ରିକ ଦୃଷ୍ଟିକୋଣରୁ, ଆଟଲାଣ୍ଟିକ୍ ଏବଂ ଉତ୍ତର-ପଶ୍ଚିମ ମହାସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟାକୁ ହରିକେନ କୁହାଯାଏ। ଉତ୍ତର ଆମେରିକା ଏବଂ କାରିବିଆନ୍ ଦ୍ୱୀପପୁଞ୍ଜରେ ହେଉଥିବା ଝଡ଼ ହରିକେନ। ଫିଲିପାଇନ୍ସ, ଜାପାନ ଏବଂ ଚୀନରେ ଘୂର୍ଣ୍ଣିବାତ୍ୟାକୁ ଟାଇଫୁନ୍ କୁହାଯାଏ। ସେହିପରି ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗର  ଚାରିପାଖରେ ସୃଷ୍ଟି ହେଉଥିବା ଝଡ଼କୁ ସାଇକ୍ଲୋନ କୁହାଯାଏ।

ଭାରତୀୟ ପାଣିପାଗ ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ କହିଛନ୍ତି ଆଣ୍ଟଲାଟିକ ଇତିହାସର ସବୁଠୁ ଶକ୍ତିଶାଳୀ ବାତ୍ୟା ହୋଇଛି ହରିକେନ ମେଲିସା। ଯେମିତି ବଙ୍ଗୋପସାଗର ଇତିହାସର ଶକ୍ତିଶାଳୀ ବାତ୍ୟା ହୋଇରହିଛି 1999 ଅକ୍ଟୋବର 29ର ସୁପର ସାଇକ୍ଲୋନ୍‌। ମେଲିସାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି 300 କିମି ମେଲିସା ହେଉଛି ସ୍ଥଳଭାଗ ଅତିକ୍ରମ କରିବାରେ ଇତିହାସର ସବୁଠାରୁ ଶକ୍ତିଶାଳୀ ହରିକେନଗତ 174ବର୍ଷରେ ଭିନ୍ନଭିନ୍ନ ବର୍ଷ ମାନଙ୍କରେ ସ୍ଥଳଭାଗ ଛୁଇଁଥିବା ଶକ୍ତିଶାଳୀ ହରିକେନ ମଧ୍ୟରେ ଏହା ଅନ୍ୟତମ l