ନୂଆଦିଲ୍ଲୀ: ତାମିଲନାଡ଼ୁର ଡିଏମ୍କେ ସରକାର ଲଗାତାର ଭାଷକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ହିନ୍ଦୀ ଭାଷା ଲଦା ଯାଉଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ସଂସଦରେ ବି ତାଙ୍କ ଦଳର ସଂସଦ ଏହି ପ୍ରସଙ୍ଗ ଉଠାଉଛନ୍ତି । ଏପଟେ ବିରୋଧ ନାଁରେ ଗୋଟିଏ ପରେ ଗୋଟିଏ ସୀମା ଲଙ୍ଘି ଚାଲିଛନ୍ତି । ଦେଶ ଯାହାକୁ ସ୍ୱୀକୃତି ଦେଇଛି, ଏବେ ତାକୁ ଅସମ୍ମାନ କରିବାରେ ଲାଗିଛନ୍ତି । ଭାରତୀୟ ଟଙ୍କାର ସଂକେତ '₹'କୁ ବଜେଟ୍ ପୁସ୍ତିକାରେ ବଦଳାଇଛନ୍ତି । ଏହା ପରିବର୍ତ୍ତେ ସେ ତାମିଲ ଅକ୍ଷର ବ୍ୟବହାର କରିଛନ୍ତି ।
ଏହି ଘଟଣାକ୍ରମ ଭିତରେ ସବୁଠୁ ରୋଚକ କଥା ହେଉଛି ଭାରତୀୟ ନୋଟରେ ଚିହ୍ନିତ ଏହି ଚିହ୍ନକୁ ତାମିଲନାଡ଼ୁର ହିଁ ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିଲେ । କେବଳ ଏତିକି ନୁହେଁ '₹'କୁ ଡିଜାଇନ୍ କରିଥିବା ବ୍ୟକ୍ତିଙ୍କ ବାପା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପାର୍ଟି ଡିଏମକେର ପୂର୍ବତନ ବିଧାୟକ । ଷ୍ଟାଲିନଙ୍କ ଏହି ନିଷ୍ପତ୍ତି ପରେ ରାଜନୀତି ବଢୁଥିବା ନଜର ଆସୁଛି ।
'₹' ସିମ୍ୱଲ୍ ଆଇଆଇଟି ବମ୍ୱେର ପୂର୍ବତନ ଛାତ୍ର ଡି.ଉଦୟ କୁମାର ଡିଜାଇନ୍ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ଜନ୍ମ ତିରୁବନ୍ନାମଲାଇ ନିକଟ ମରୁରରେ ହୋଇଥିଲା । ତାଙ୍କ ବାପା ଧର୍ମଲିଙ୍ଗମ ବି ଡିଏମକେରୁ ବିଧାୟକ ରହିସାରିଛନ୍ତି ।
ଷ୍ଟାଲିନ୍ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ କେ.ଅନ୍ନାମଲାଇ ମଧ୍ୟ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି, 'ଡିଏମକେ ସରକାର ୨୦୨୫-୨୬ ପାଇଁ ରାଜ୍ୟର ବଜେଟ୍ରେ '₹'କୁ ବଦଳାଇଛନ୍ତି, ଯାହାକୁ ଜଣେ ତାମିଲ ବ୍ୟକ୍ତି ହିଁ ଡିଜାଇନ୍ କରିଥିଲେ । ଏହାକୁ ସାରା ଭାରତ ଆପଣାଇଛି ଓ ନିଜ ମୁଦ୍ରାରେ ଚିତ୍ରିତ କରିଛି । ଥିରୁ ଉଦୟ କୁମାର ଯିଏ ଏହି ଚିହ୍ନ କରିଥିଲେ, ସିଏ ଡିଏମକେର ପୂର୍ବତନ ବିଧାୟକଙ୍କ ପୁଅ ।'
The DMK Government's State Budget for 2025-26 replaces the Rupee Symbol designed by a Tamilian, which was adopted by the whole of Bharat and incorporated into our Currency.
— K.Annamalai (@annamalai_k) March 13, 2025
Thiru Udhay Kumar, who designed the symbol, is the son of a former DMK MLA.
How stupid can you become,… pic.twitter.com/t3ZyaVmxmq
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ସିଏମ୍ ଷ୍ଟାଲିନଙ୍କ ଉପରେ ତାମିଲନାଡ଼ୁ ଲୋକଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, ଉଦୟ କୁମାର ଧର୍ମଲିଙ୍ଗମ ଜଣେ ଭାରତୀୟ ଶିକ୍ଷାବିଦ୍ ଓ ଡିଜାଇନର ଅଟନ୍ତି । ସେ ଭାରତୀୟ ରୂପି ଚିହ୍ନ ପ୍ରସ୍ତୁତ କରିଛନ୍ତି, ଯାହାକୁ ସାରା ଭାରତ ଆପଣାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ '₹'କୁ ତାମିଲନାଡ଼ୁ ବଜେଟ ଦସ୍ତାବିଜରୁ ହଟାଇ ତାମିଲନାଡୁ ଜନତାଙ୍କ ଅପମାନ କରିଛନ୍ତି ।
Udaya Kumar Dharmalingam is an Indian academic and designer, son of a former DMK MLA, who designed the Indian rupee (₹) sign, which was accepted by Bharat.
— Amit Malviya (@amitmalviya) March 13, 2025
Chief Minister MK Stalin is insulting Tamilians by dropping the ₹ sign from the Tamil Nadu Budget 2025-26 document.
Just… pic.twitter.com/UFU1ipxGp6