ଭୁବନେଶ୍ବର ୬।୮: ସପିଂ ମଲ୍ରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ଖୋଲିବାକୁ ବ୍ୟବସାୟୀ ଅନୁଷ୍ଠାନକୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଖୋଲାଯିବ ଏହି ସେଣ୍ଟର । ସରକାରୀ ଅଫିସ, ଓ ଅଭିଯୋଗ ଶୁଣାଣି ସ୍ଥାନରେ ମଧ୍ୟ ଖୋଲାଯିବ ସେଣ୍ଟର ।
ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦୁଇଟି ୱେବ୍ସାଇଟ୍ ଲଞ୍ଚ ହୋଇଛି । ସେହିଭଳି ମହିଳା ସମାଜକଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକକଲ୍ୟାଣ ଆପ୍ ଉନ୍ମୋଚନ କରାଯାଇଛି । ଏହି ଅବସରରେ ମହିଳା କମିଶନର ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ରାଜ୍ୟର ପ୍ରଥମ ସେଣ୍ଟର ଭାବେ ଖୋଲାଯାଇଛି । ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଏହି ସେଣ୍ଟର ଖୋଲାଯିବ । ଯେପରିକି ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ସେଣ୍ଟର ଖୋଲାଯିବ । ଏହାସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେଣ୍ଡାଣ୍ଟ ରହିବେ । ବ୍ରେଷ୍ଟ ଫିଡ଼ିଂ ଦ୍ଵାରା ବ୍ରେଷ୍ଟ କ୍ୟାନସର, ଟାଇପ୍ ୨ ଡାଇବେଟିସ୍ ଭଳି ରୋଗ ମା’କୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି । ଏହାସହ ଆଗକୁ ସରକାରୀ ଅଫିସ୍ ଓ ଅଭିଯୋଗ ଶୁଣାଣି ସ୍ଥାନରେ ଏହି ସେଣ୍ଟର ଖୋଲାଯିବ ।
ସପିଂ ମଲ୍ ଯେଉଁଗୁଡିକରେ ମହିଳା ଗ୍ରାହକ ୭୫ ପ୍ରତିଶତରୁ ଅଧିକ ସେମାନେ ମହିଳା ମାନଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ନିହାତି କରିବା କଥା । ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ । ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡ଼ିଂ ବ୍ୟବସ୍ଥା ନ ହେବେ ଆଗକୁ ତା ପାଇଁ ବ୍ୟବସ୍ଥା ସରକାର କରିବେ । ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି । ତେଣୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରିବାକୁ ଉପ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
You Can Read:
ଜର୍ମାନୀରେ ବିବାହ ଆଉ ଦିଲ୍ଲୀରେ ପିନାକୀ-ମହୁଆଙ୍କ ରିସେପ୍ସନ ପାର୍ଟି, ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ରାଜନେତା ସାମିଲ