କୋଣାର୍କ ୨୭।୦୭ : ହିତାଧିକାରୀଙ୍କ ପାଇଁ ଖୁସିର ଖବର। ଏଥର ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ମିଳିବ । ଅଗଷ୍ଟ ୯ ତାରିଖରେ ମିଳିବ ଟଙ୍କା । କୋରାପୁଟ ଜୟପୁରରୁ ଏହାର ଶୁଭାରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୯ ତାରିଖରେ ହିତାଧିକାରୀଙ୍କୁ ମିଳିବ ଟଙ୍କା । କୋରାପୁଟ ଜୟପୁରରୁ ଏହାର ଶୁଭାରମ୍ଭ କରାଯିବ । କୋଟିଆର ଘରେ ଘରେ ସୁଭଦ୍ରା ପହଞ୍ଚାଇ ହେଉଛି, ଆମ ସରକାରର ଲକ୍ଷ୍ୟ । ଏକ କୋଟି ୨ ଲକ୍ଷ ୪୦ ହଜାର ଭଉଣୀମାନେ ରାକ୍ଷୀ ବନ୍ଧନ ଦିନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁଭଦ୍ରା ଟଙ୍କା ତୋଫା ଭାବେ ପାଇବେ। ଏକ ଲକ୍ଷ ୮୮ ହଜାର ସୁଭଦ୍ରା ହିତାଧିକାରୀଙ୍କ ଅଭିଯୋଗ ରହିଛି। ଯେଉଁମାନେ ଜମି ପଟା ଓ ଆୟକର ପାଇଁ ସୁଭଦ୍ରା ପାଇନାହାନ୍ତି । ସେମାନେ ଯୋଗ୍ୟ ବିବେଚିତ ଦେଲେ ଅଗଷ୍ଟ ୯ ରେ ପାଇବେ । ସେହିପରି ଯେଉଁମାନେ ରହିଯିବେ ବାକି ମାର୍ଚ୍ଚ ୮ରେ ସମସ୍ତ କିସ୍ତି ପାଇବେ ।ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଆୟକର ଦାଖଲ ସୀମାରୁ ଅଧିକ ଥିବ , ତେବେ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ।