ଭୁବନେଶ୍ୱର ୦୩।୦୮ : ସରକାର ସବୁ ପଦକ୍ଷେପ ନେଇଥିଲେ । କିନ୍ତୁ ଝିଅର ଜୀବନ ବଞ୍ଚିପାରିଲା ନାହିଁ । ବେଷ୍ଟ ଟ୍ରିଟମେଣ୍ଟ ତାଙ୍କୁ ଯୋଗାଇ ଦିଆଯାଇଥିଲା । ସରକାର ଯାହା ପଦକ୍ଷେପ ନେଇଥିଲେ, ସେଥିରେ ତାଙ୍କର ବାପା ଖୁସି ଥିଲେ । ବିରୋଧୀ ଦଳଙ୍କ କାମ ହେଉଛି ବିରୋଧ କରିବା । କିନ୍ତୁ କାହା ଜୀବନକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ପୋଡି ହୋଇଯାଇଥିଲେ । ଯାହାଫଳରେ ସେ ଗୁରୁତର ହୋଇ ପ୍ରଥମେ ନିକଟସ୍ଥ ମେଡିକାଲରେ ଚିକିତ୍ସାଧୀନ ଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାପରେ ବି ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ବାଧ୍ୟ ହୋଇ ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲକୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କିଛି ଦିନ ଧିର ନାବାଳିକାଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡିତା । ରବିବାର ଦିନ ତାଙ୍କ ଦିଲ୍ଲୀ ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ତାପରେ ପୁରୀ ବଳଙ୍ଗା ସ୍ଥିତ ନିଜ ଗାଁକୁ ଆସିବ ମୃତଦେହ ।