ବିନିକା: ଜୋର ଧରିଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି। ୧୯୬୪ରୁ ଚାଲୁଥିବା ଏହି ମହାବିଦ୍ୟାଳୟକୁ ୬୧ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ମିଳିପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
ଏମିତିରେ ସୋନପୁର ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଆୟୋଜିତ ବାର୍ଷକ ବୈଠକରେ ଏନେଇ ଆଲୋଚନା କରାଯାଇଛି। ବୈଠକରେ ପାଖାପାଖି ୫୦୦ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଭାଗ ନେଇ ଆଗାମୀ ଦିନରେ କିପରି ଭାବରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ମହାବିଦ୍ୟାଳୟକୁ ସବୁ ସମୟରେ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ମତ ପ୍ରକାଶ ପଇଥିଲା।