LIVE TV

ମନ୍ଦୋଦରୀ ଭୂମିକା କରିବେ ନାହିଁ ପୂନମ ପାଣ୍ଡେ , ବିରୋଧ ପରେ ଲବକୁଶ ରାମଲୀଳା କମିଟି ଯୋଡ଼ିଲେ ହାତ

NEWS7
actress poonam pandey

ମୁମ୍ୱାଇ : ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ସେଲିବ୍ରିଟି ତଥା ଅଭିନେତ୍ରୀ ପୂନମ ପାଣ୍ଡେଙ୍କୁ ଲବକୁଶ ରାମଲୀଳା କମିଟିରୁ ବାହାର କରି ଦିଆ ଯାଇଛି। ଏବେ ସେ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ରାମଲୀଳାରେ ନଜର ଆସିବେ ନାହିଁ। ଏହି ନିଷ୍ପତ୍ତି ଲବକୁଶ ରାମଲୀଳା କମିଟିର ସ୍କ୍ରିନିଂ କମିଟି ପକ୍ଷରୁ ନିଆ ଯାଇଛି। ଏହି ବିଷୟରେ ପ୍ରେସ୍‌ ବାର୍ତ୍ତା କରି କମିଟିର ଅଧ୍ୟକ୍ଷ ଅର୍ଜୁନ କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ପୂନମ୍ ପାଣ୍ଡେଙ୍କୁ ଚିଠି ଲେଖିଛୁ।

ଲବକୁଶ ରାମଲୀଳା କମିଟି ଲାଲକିଲ୍ଲା ମୈଦାନ ଦିଲ୍ଲୀର ଅଧ୍ୟକ୍ଷ ଅର୍ଜୁନ କୁମାରଙ୍କ ପକ୍ଷରୁ ଅଭିନେତ୍ରୀଙ୍କୁ ପଠାଇ ଥିବା ଚିଠିରେ କୁହାଯାଇଛି, “ ମହୋଦୟା ଆପଣଙ୍କୁ ଧନ୍ୟବାଦ ଯେ, ଆପଣ ଆମର ନିମନ୍ତ୍ରଣକୁ ସ୍ୱୀକାର କରି ମନ୍ଦୋଦରୀର ଭୂମିକା କରିବାକୁ ସହମତି ଦେଇ ଥିଲେ। ଆମେ ଆପଣଙ୍କ ଉତ୍ସାହ ଓ ସହଯୋଗର ଭାବନାକୁ ଆଦର କରୁଛୁ।“

ଚିଠିରେ ଆହୁରି କୁହାଯାଇଛି ଯେ, ଆପଣଙ୍କର ସହମତି ପରେ ଆମରୁ ସମାଜର ଅନେକ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି। ଆମ କମିଟିର ଉଦ୍ଦେଶ୍ୟ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଓ ତାଙ୍କର ବାର୍ତ୍ତାକୁ ସମାଜରେ ସଠିକ୍‌ ଉପାୟରେ ପହଞ୍ଚାଇବା। ଯଦି କୌଣସି ପରିସ୍ଥିତି ଏହି ଉଦ୍ଦେଶ୍ୟକୁ ପ୍ରଭାବିତ କରିବା ନଜର ଆସେ ତ ଏହା ଉପରେ ଧ୍ୟାନ ଦେବା ଆମର କର୍ତ୍ତବ୍ୟ।

କମିଟି ବିଚାର ବିମର୍ଶ କରିବା ପରେ ନିଷ୍ପତ୍ତି ନେଇଛି ଯେ, ଚଳିତ ବର୍ଷ ମନ୍ଦୋଦରୀର ଭୂମିକା ଆଉ କେଉଁ କଳାକାର ଦ୍ୱାରା କରାଯାଉ। ଉକ୍ତ ନିଷ୍ପତ୍ତି କେବଳ ବର୍ତ୍ତମାନର ପରିସ୍ଥିତିକୁ ଦେଖି ନିଆଯାଇଛି। ଆପଣଙ୍କ ପ୍ରତି କମିଟିର ସମ୍ମାନ ଓ ସ୍ନେହ ପୂର୍ବଭଳି ରହିଛି। ଏଥିରେ ଅଭାବ ନାହିଁ। ଆମେ ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛୁ।

କହି ରଖୁଛୁ ଯେ, ବିଶ୍ୱ ହିନ୍ଦୁ ପରିଷଦ (ବିହିପ)ର ଦିଲ୍ଲୀର ପ୍ରଦେଶ ମନ୍ତ୍ରୀ ସୁରେନ୍ଦ୍ର ଗୁପ୍ତା ପୂନମ ପାଣ୍ଡେଙ୍କୁ ମନ୍ଦୋଦରୀର ଚରିତ୍ର ପାଇଁ ଚୟନ କରିବାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ଏହି ସମ୍ୱନ୍ଧରେ କମିଟିକୁ ଚିଠି ଲେଖି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ଅନୁରୋଧ କରିଥିଲେ।

ସୁରେନ୍ଦ୍ର ଗୁପ୍ତାଙ୍କ କହିବାର ଥିଲା ଯେ, ଦିଲ୍ଲୀର ପ୍ରମୁଖ ରାମଲୀଳା କମିଟି ଗୁଡ଼ିକ ପ୍ରଦର୍ଶନକୁ ‘ଗ୍ଲାମରସ’ କରିବାକୁ ଚେଷ୍ଟା କରୁଛନ୍ତି। ଏମିତି କରିବା ଭୁଲ୍। ରାମଲୀଳା ସଂସ୍କୃତିକୁ ଜାଣିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ। ଏଥିରେ ଯୁବପିଢି ଭାରତର ସଂସ୍କୃତିକୁ ବୁଝିଥାନ୍ତି। ଏହି କ୍ରମରେ ପୂନମ ପାଣ୍ଡେଙ୍କୁ ରାମଲୀଳାରେ ସାମିଲ କରିବା ଠିକ୍‌ ନୁହେଁ।