ଦିଲ୍ଲୀରେ ବାଜି ମାରିବ କିଏ? ମନୋଜ ତିୱାରୀ ଓ କହ୍ଲେୟା କୁମାରଙ୍କ ଭିତରେ କଡା ଟକ୍କର

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୪/୬: ଦିଲ୍ଲୀରେ ଆଗରେ ବିଜେପି । ୭ଟି ଲୋକସଭା ଆସନରେ ଚାଲିଛି ଗଣତି । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ଚାଲିଛି । ଉତ୍ତରପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ଅଛନ୍ତି । ତାଙ୍କୁ କଡା ଟକ୍କର ଦେଉଛନ୍ତି କଂଗ୍ରେସର କହ୍ନେୟା କୁମାର । ସେପଟେ ଚାନ୍ଦିନୀ ଚୌକ ଆସନରୁ କଂଗ୍ରେସର ଜେ.ପି ଅଗ୍ରୱାଲ ଆଗୁଆ ଅଛନ୍ତି । ଦକ୍ଷିଣ ଦିଲ୍ଲୀର ବିଜେପି ପ୍ରାର୍ଥୀ ରାମବୀର ସିଂ,ଆପ ପ୍ରାର୍ଥୀ ସହିରାମ ପହଲବାନଙ୍କ ଠାରୁ ୪ହଜାରରୁ ଅଧିକ ସିଟ୍‌ରେ ଆଗୁଆ ଅଛନ୍ତି । ସେହିପରି ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପିର ଯୋଗେନ୍ଦ୍ର ଚନ୍ଦୋଲିଆ କଂଗ୍ରେସ ପ୍ରାର୍ଥୀ ବିଜେପି ରାଜାଙ୍କ ଠାରୁ ୭ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.