LIVE TV

ଇଥିୟୋପିୟାରେ ଭୁଶୁଡିଲା ନିର୍ମାଣାଧୀନ ଚର୍ଚ୍ଚ, ୨୫ ମୃତ

NEWS7
delhi-jmi-campus-under-force-control-students-reach-at-delhi-police-hq

ଅମହାରା ୧।୧୦: ଇଥିୟୋପିୟାର ଅମହାରା ଅଞ୍ଚଳରେ ବୁଧବାର ଏକ ନିର୍ମାଣାଧୀନ ଗିର୍ଜା ଘର( ଚର୍ଚ୍ଚ) ଭୁଶୁଡି ପଡିଛି। ଫଳରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଏହି ଘଟଣା ବୁଧବାର ଉତ୍ତର ଇଥିୟୋପିୟାର ଅମହାରା ମେନଜାର ଶେନକୋରା ଆର୍ଟି ମରିୟମ ଚର୍ଚ୍ଚରେ ସେତେବେଳେ ହୋଇଛି ଯେତେବେଳେ ଏଠାରେ ଲୋକେ ସେଣ୍ଟ ମେରୀଙ୍କ ବାର୍ଷିକ ସମାରୋହ ପାଇଁ ଏକତ୍ରୀତ ହୋଇଥିଲେ।

ସ୍ଥାନୀୟ ହସ୍ପିଟାଲର ଡାକ୍ତର ସେୟୁମ ଅଲତାୟେ କହିଛନ୍ତି ଯେ ପୀଡ଼ିତଙ୍କ ମଧ୍ୟରେ କିଛି ପିଲା, ମହିଳାଓ ବୟଷ୍କ ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆମେ ୨୫ ଲୋକଙ୍କ ମୃତ୍ୟୁ ହୋଇଥିବା ଓ ଶହେରୁ ଅଧିକ ଆହତ ହୋଇଥିବା ପୁଷ୍ଟି କରିଛୁ। ହସ୍ପିଟାଲ ଆହତଙ୍କ ଚିକିତ୍ସା ନିମନ୍ତେ ରେଡକ୍ରସ ସହାୟତା ଲୋଡିଛି। ଏଥିରେ ରେଡକ୍ରସ ସହାୟତା ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ଡା. ସେୟୁମ କହିଛନ୍ତି।  ସ୍ଥାନୀୟ ପ୍ରଶାସକ ତିସାଲେ ତିଲହୁନ କହିଛନ୍ତି ଯେ ଏହା ସମୂଦାୟ ପାଇଁ ଏକ ବଡ଼ କ୍ଷତି, ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବଢିପାରେ।