ଆପ୍ ସରକାରର କାର୍ଯ୍ୟକାଳ ଉପରେ ଶ୍ବେତ ପତ୍ର ଜାରି କରିବେ ଦିଲ୍ଲୀ ସରକାର, ବିଧାନସଭାରେ ରେଖା ଗୁପ୍ତାଙ୍କ ଘୋଷଣା

Published By : Prameya-News7 Bureau | March 24, 2025 IST

ଦିଲ୍ଲୀ: ଆରମ୍ଭ ହୋଇଛି  ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନ। ସୋମବାର ଠାରୁ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଦ୍ବିତୀୟ ଦିନ ଅର୍ଥାତ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରେଖା ଗୁପ୍ତା ବଜେଟ ଉପସ୍ଥାପନ କରିବେ । ପ୍ରାୟ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀରେ ଶାସନକୁ ଆସିବା ପରେ ବିଜେପି ସରକାର ଏହାର ପ୍ରଥମ ବଜେଟ ଉପସ୍ଥାପନ କରିବ।

ତେବେ ଏହା ପୂର୍ବରୁ ସୋମବାର ଅର୍ଥାତ୍ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଡ଼ ଘୋଷଣା କରିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଦିଲ୍ଲୀର ପୂର୍ବ ସରକାର ତଥା ଆମ ଆଦମୀ ପାର୍ଟୀର କାର୍ଯକାଳ ଉପରେ ଶ୍ବେତ ପତ୍ର ଜାରି କରାଯିବ। 

ସୂଚନାଯୋଗ୍ୟ, ଶ୍ବେତ ପତ୍ର ଏକ ସରକାରୀ ଦସ୍ତାବିଜ୍‌। ଏହାକୁ ସରକାରଙ୍କ ସମର୍ଥନ ଏବଂ ଲୋକଙ୍କ ମତ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଥାଏ। ସେତିକି ନୁହେଁ ଶ୍ବେତ ପତ୍ର ଦ୍ବାରା ପୂର୍ବ ସରକାରଙ୍କ ତ୍ରୁଟିକୁ ମଧ୍ୟ ସାମ୍‌ନାକୁ ଅଣାଯାଇଥାଏ ଏବଂ ଏଥିରୁ ଶିଖି ନୂଆ ସରକାର ନୀତିରେ ପରିବର୍ତ୍ତନ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.