ନୂଆଦିଲ୍ଲୀ: ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ପାଇଁ ଲଢ଼େଇ । ଅରୁଣ ଜେଟ୍ଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଅଟକାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ସ୍ଲୋ ପିଚ୍ରେ ଆରସିବି ବୋଲରଙ୍କ ସୁଇଙ୍ଗରେ ଫସିଲେ କ୍ୟାପିଟାଲ୍ସର ବ୍ୟାଟର । କେଏଲ ରାହୁଲ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଛାଡ଼ି ବାକି କୌଣସି ବ୍ୟାଟର ଭଲ ଖେଳି ପାରିଲେନି । ରାହୁଲ ୪୧ ରନ୍ କରିଥିବା ବେଳେ ଷ୍ଟବ୍ସ ୩୪ ରନ୍ ସଂଗ୍ରହ କରିଥିଲେ । ଫଳରେ ୨୦ ଓଭରରେ ଦଳ ୮ ଓ୍ବିକେଟ୍ ହରାଇ ଦଳ ୧୬୨ରନ କରିବାରେ ସକ୍ଷମ ହୋଇଥିଲା । ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୬୩ କରିବାକୁ ପଡ଼ିବ । ଆରବିସି ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୩ଟି ଓ୍ବିକେଟ୍ ନେଇଛନ୍ତି ।
ଆଇପିଏଲ ମହାସମରରେ ରବିବାର ଦ୍ବିତୀୟ ମ୍ୟାଚ୍, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଖେଳାଯାଉଛି । ଆଜିର ମ୍ୟାଚରେ ଟେବୁଲ୍ ଟପ୍ ପାଇଁ ଲଢ଼େଇ ଚାଲିଛି । ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ପକ୍ଷରୁ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଅଭିଷେକ୍ ପୋରେଲ୍ ଏବଂ ଫାଫ୍ ଡୁବ୍ଲେସିସ୍ । ହେଲେ ଦୁଇ ଓପନର ଦିଲ୍ଲୀକୁ ଭଲ ଷ୍ଟାର୍ଟ ଦେଇପାରିନଥିଲେ । ଚତୁର୍ଥ ଓଭରରେ ଡିସିକୁ ପ୍ରଥମ ଝଟକା ଲାଗିଥିଲା । ପୋରେଲ୍ ମାତ୍ର ୨୮ ରନ କରି ଆଉଟ୍ ହୋଇଥିଲେ । ଏହାପରେ କରୁନ ନାୟର ୪ରନ୍ କରି ୟଶଦୟାଲଙ୍କ ଶିକାର ହୋଇଥିଲେ । ପରେ ଫାଫ୍ ଡୁବ୍ଲେସିସ୍ ୨୬ ବଲରେ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଦିଲ୍ଲୀର ସ୍ଲୋ ପିଚ୍ରେ କେଏଲ୍ ରାହୁଲ ଦିଲ୍ଲୀକୁ ସମ୍ଭାଳିଥିଲେ । ସେ ୩୯ ବଲରେ ୪୧ ରନ୍ କରିଥିଲେ । ଶେଷରେ ଟ୍ରିଷ୍ଟନ ଷ୍ଟବ୍ସ ଧୁଆଁଧାର ଇନିଂସ ଖେଳିଥିଲେ । ସେ ମାତ୍ର ୧୮ଟି ବଲରୁ ୩୪ ରନ୍ କରି ଦଳୀୟ ସ୍କୋରରେ ୧୬୨ରେ ପହଞ୍ଚାଇଥିଲେ । ତେବେ ଆରସିବିକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୬୩ ରନ୍ ସଂଗ୍ରହ କରିବାକୁ ହେବ । ଅନ୍ୟପଟେ ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ଦୁଇ ପଏଣ୍ଟ ସହ ଟେବୁଲ ଟପ୍ରେ ପହଞ୍ଚିବ ।...