ନାମିବ୍ୟା ପରାସ୍ତ, ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିଜୟ ହାସଲ କଲା ଭାରତ

NEWS7
delhi-capitals-vs-mumbai-indians-29th-match

ନୂଆଦିଲ୍ଲୀ: ନାମିବ୍ୟାକୁ ୯୩ ରନରେ ପରାସ୍ତ କଲା ଭାରତ । ଟି-୨୦ ବିଶ୍ୱକପ୍ ଇତିହାସରେ ରନ ଦୃଷ୍ଟିରୁ ଏହା ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ବିଜୟ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦୯ ରନ କରିଥିଲା। ଜବାବରେ ନାମିବ୍ୟା କେବଳ ୧୧୬ ରନ୍ କରିପାରିଥିଲା ।

ଏହି ମ୍ୟାଚରେ ନାମିବ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରିବାକୁ ଆସିବା ପରେ ସଞ୍ଜୁ ସାମସନ୍ ଏବଂ ଇଶାନ କିଶନ୍ ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ସାମସନ୍ ୮ ବଲରୁ ୨୨ ରନ୍ କରିଥିଲେ । ଇଶାନ୍ କିଶନ୍ ୨୪ ବଲରୁ ୬୧ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୫୨ ରନର ଦ୍ରୁତ ଇନିଂସ ଖେଳି ଭାରତକୁ ୨୦୯ ରନରେ ପହଞ୍ଚାଇଥିଲେ। ଭାରତର ଶେଷ ପାଞ୍ଚଟି ୱିକେଟ୍ ମାତ୍ର ୧୧ ବଲ୍ ମଧ୍ୟରେ ପଡ଼ିଯାଇଥିଲା । ଆଜିର ମ୍ୟାଚ ଇଶାନ କିଶନ ୨୦ ବଲରୁ ଅର୍ଦ୍ଧଶତକ କରି ବଡ଼ ରେକର୍ଡ କରିଛନ୍ତି । ଟି-୨୦ ବିଶ୍ବକପ୍ ଇତିହାସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ କରିବାରେ ସେ ଦ୍ବିତୀୟ କ୍ରିକେଟର ହୋଇଛନ୍ତି ।

ଟି-୨୦ ବିଶ୍ୱକପର ୧୮ତମ ମ୍ୟାଚ୍‌ରେ ଭାରତ ନାମିବ୍ୟାକୁ ୯୩ ରନ୍‌ରେ ପରାସ୍ତ କରିଛି। ଏହା ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ବିଜୟ। ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୨୦୯ ରନ୍‌ କରିଥିଲା। ଶେଷ ୪ ରନ୍‌ରେ ଭାରତ ୫ ୱିକେଟ୍ ହରାଇଥିଲା। ୨୧୦ ରନର ଟାର୍ଗେଟକୁ ପିଛା କରି ନାମିବ୍ୟା ୧୮.୨ ଓଭରରେ ୧୧୬ ରନରେ ଅଲଆଉଟ୍ ହୋଇଥିଲା। ବରୁଣ ଚକ୍ରବର୍ତ୍ତୀ ୩ ୱିକେଟ୍ ନେଇଥିଲେ । ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ନାମିବ୍ୟା ପକ୍ଷରୁ ଲରେନ୍ ଷ୍ଟିନକାମ୍ପ ସର୍ବାଧିକ ୨୯ ରନ କରିଥିଲେ। 

ଆଜି ଆରମ୍ଭରୁ ଖରାପ ଖେଳ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍। ଏଥର ବି ଫେଲ୍ ମାରିଥିଲେ ଓପନର ସଞ୍ଜୁ ସାମସନ। ସଞ୍ଜୁ ୮ ବଲରୁ ୨୨(ତିନି ୬ ଗୋଟିଏ ୪) ରନ୍ କରି ବେନ୍ ଶିକୋଙ୍ଗୋଙ୍କ ଶିକାର ହୋଇଥିଲେ। ଏହାପରେ, ଇଶାନ କିଶାନ ଏବଂ ତିଲକ ବର୍ମା ଦ୍ୱିତୀୟ ୱିକେଟ୍ ପାଇଁ ୭୯ ରନର ପାର୍ଟନରସିପ କରିଥିଲେ। ଇଶାନ ମାତ୍ର ୨୦ ବଲରେ ପାଞ୍ଚଟି ଚୌକା ଏବଂ ୪ଟି ଛକା ମାରି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ଷଷ୍ଠ ଓଭରରେ ଜେଜେ ସ୍ମିଟଙ୍କ ବଲ୍‌ରେ ଇଶାନ କିଶନ ଲଗାତାର ୪ଟି ଛକା ମାରି ୨୮ ରନ କରିଥିଲେ। ସେ ମୋଟ ୨୪ ବଲରୁ ୬୧ ରନ କରିଥିଲେ, ଯେଉଁଥିରେ ୬ ଚୌକା ଏବଂ ୫ ଛକା ସାମିଲ ଥିଲା। ଇଶାନ ଧମାକାଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା କିନ୍ତୁ ନିରାଶ କରିଥିଲେ। ସୂର୍ଯ୍ୟ ୧୨ ରନ କରି ଷ୍ଟମ୍ପିଂ ହୋଇଥିବା ବେଳେ ତିଲକ ୨୫ ରନ କରି ଆଉଟ ହୋଇଥିଲେ। ତିଲକ ଆଉଟ ହେବା ସମୟରେ ଭାରତର ସ୍କୋର ୧୨୪/୪ ଥିଲା।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ପଞ୍ଚମ ୱିକେଟ ପାଇଁ ୮୧ ରନ ଯୋଡି ଭାରତକୁ ଏକ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୨୮ ବଲରୁ ୫୨ ରନ କରିଥିଲେ, ଯେଉଁଥିରେ ୪ ଛକା ଏବଂ ୪ ଚୌକା ସାମିଲ ଥିଲା। ହାର୍ଦ୍ଦିକ ୨୭ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ଶିବମ ଦୁବେ ୨୩ ରନ କରି ରନ୍ ଆଉଟ୍ ହୋଇଥିଲେ। ଉଭୟ ବ୍ୟାଟର ୧୯ ତମ ଓଭରରେ ଆଉଟ ହୋଇଥିଲେ। ଗେରହାର୍ଡ ଇରାସମସ୍ ମଧ୍ୟ ସେହି ଓଭରରେ ଅକ୍ଷର ପଟେଲଙ୍କୁ ୦ ରନରେ ଆଉଟ କରିଥିଲେ।

ଏହାପରେ ଯେମିତି ୱିକେଟର ଲମ୍ବା ଲାଇନ ଲାଗିଯାଇଥିଲା। ଭାରତୀୟ ଦଳ ଶେଷ ଓଭରରେ ରିଙ୍କୁ ସିଂହ (୧ ରନ୍) ଏବଂ ଅର୍ଶଦୀପ ସିଂହ (୨ ରନ୍)ଙ୍କ ୱିକେଟ୍ ହରାଇଥିଲା। ଶେଷ ଦୁଇ ଓଭରରେ ମାତ୍ର ୧୦ ରନ୍ କରି ପାଞ୍ଚଟି ୱିକେଟ୍ ହରାଇଥିଲା ଭାରତ। ନାମିବ୍ୟା ଅଧିନାୟକ ଗେରହାର୍ଡ ଇରାସମସ୍ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ ୱିକେଟ୍ ନେଇଥିଲେ। ବର୍ଣ୍ଣାର୍ଡ ସ୍କଲଜ୍, ବେନ୍ ଶିକୋଙ୍ଗୋ ଏବଂ ଜେଜେ ସ୍ମିଟ ପ୍ରତ୍ୟେକେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।