ଓଡ଼ିଶା ମୁହାଁ ଗୋଠଛଡ଼ା ଦନ୍ତା, ୮ ଦିନରେ ନେଲାଣି ୨୨ ଜଣକ ଜୀବନ

NEWS7
delhi-bjp-spokes-person-trolled-for-her-greeting-post-in-social-media

ରାଇରଙ୍ଗପୁର: ଓଡ଼ିଶା ମୁହାଁ ଗୋଠଛଡ଼ା ଝାଡ଼ଖଣ୍ଡୀ ଦନ୍ତା ହାତୀ। ଚାଇବସାରେ ବେଶ୍ କିଛି ଦିନ ଉତ୍ପାତ କରିବା ପରେ ଏବେ ଓଡ଼ିଶା ମୁହାଁ ହେଉଛି ଏହି ଦନ୍ତା। ଯାହାକୁ ନେଇ ସୀମାନ୍ତ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପଶିଲାଣି। ଏହି ମଣିଷ ମରା ଦନ୍ତା ୮ ଦିନରେ ନେଲାଣି ୨୨ ଜଣଙ୍କର ଜୀବନ ନେଇଥିବା ବେଳେ, ଶୁକ୍ରବାର ବି ନେଇଛି ୨ ଜଣକ ଜୀବନ ।

ସୂଚନାଥାଉକି, ଏପର୍ଯ୍ୟନ୍ତ ୨୨ ଜଣଙ୍କୁ ମାରିସାରିଲାଣି ଏହି ଦନ୍ତା।ତେବେ ବନ ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଥିବା ବେଳେ ଏଠାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାର ବନ ବିଭାଗ ଟିମ୍ ସେଠାରେ ପହଞ୍ଚିଥିଲେ। ସେହିପରି ଅନନ୍ତ ଅମ୍ବାନିଙ୍କ ବନତାରାକୁ ମଧ୍ୟ ଆଲର୍ଟ କରାଯାଇଥିଲା।

ଏହା ପୂର୍ବରୁ ଦୁଇ ଦିନ ତଳେ ଚାଇଁବସା ଅଞ୍ଚଳରେ ୬ ଜଣଙ୍କୁ ମାରିଥିଲା ଏହି ହାତୀ । ଏପରିକି ଦାନ୍ତରେ ଜଣେ ନାବାଳକକୁ ଭୁସି ବୋହିନେଇଥିଲା। ନାବାଳକକୁ ଉଦ୍ଧାର କରିବାକୁ ନାକେଦମ ହୋଇଥିଲେ ଲୋକେ। ଶୁକ୍ରବାର ମଧ୍ୟ ସମାନ ଭାବେ ମାରି ମୁଣ୍ଡଗଣ୍ଡି ଅଲଗା କରିଦେଇଛି।

ହାତୀପଲ ସ୍ଥାନ ପରିବର୍ତ୍ତନ କରିବା ସମୟରେ ଅଧିକାଂଶ ଅଞ୍ଚଳରେ ଲୋକେ ହାତୀଙ୍କୁ ବାଣ ଓ ଅସ୍ତ୍ର ସହିତ ଡରାଇବା ସହିତ ଇତସ୍ତତ କରୁଥିବାରୁ ହାତୀ ଉତ୍ତ୍ୟକ୍ତ ହୋଇ ଏଭଳି କରୁଥିବାର ସନ୍ଦେହ କରୁଛି ବାନ ବିଭାଗ। ଏହି ହାତୀ କାଳେ ଓଡ଼ିଶା ଆଡ଼େ ଚାଲିଆସିବ ସେନେଇ ଲୋକେ ଭୟଭୀତ ଅଛନ୍ତି। ସେପଟେ ବନ ବିଭାଗ ମଧ୍ୟ ସତର୍କ ରହିଥିବା କହିଛି।