ବ୍ରହ୍ମଗିରି : ଘରେ ପଶି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ, ପୀଡ଼ିତାଙ୍କୁ ଭେଟିଲେ ବିଧାୟିକା

NEWS7
delhi-arvind-kejriwal-rejects-alliance-with-aap-will-contest-elections

ବ୍ରହ୍ମଗିରି ୨୮।୧୨: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘରେ ପଶି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୁକ୍ତ ଭୂଷଣ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶନିବାର ଶଙ୍ଖ ଭବନରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନୂତନ ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା କହିଛନ୍ତି ।

ଅନ୍ୟପଟେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପୀଡ଼ିତାଙ୍କ ପାଖକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୋଲିସ ସହିତ ଆଲୋଚନା କରିଛନ୍ତି । ଏଭଳି ଜଘନ୍ୟ ଘଟଣା ଘଟାଇଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୀଡ଼ିତା ନ୍ୟାୟ ପାଇବେ ବୋଲି କହିଛନ୍ତି ।

ଶନିବାର ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଉଠାଇ ଆଣି ପୋଲିସ ଗିରଫ କରିଛି । ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।