ମୁମ୍ଵାଇ ୦୬।୦୬; ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଂଘମ ଏଗେନ୍ ପରଠାରୁ ଦୀପିକା ପାଦୁକୋନଙ୍କୁ ବଡ଼ ପରଦାରେ ନଜର ଆସିନାହାଁନ୍ତି। ଏହି ଅଭିନେତ୍ରୀ ସେପ୍ଟେମ୍ବର ୨୦୨୪ରେ ଝିଅ ଦୁଆକୁ ଜନ୍ମ ଦେଇଥିଲେ। ଯାହା ପରେ ସେ ଫିଲ୍ମରୁ ବ୍ରେକ୍ ନେଇଥିଲେ। ଏତେ ମାସ ପରେ, ଏହି ଅଭିନେତ୍ରୀ ଏବେ ପୁଣି ଥରେ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ। କିନ୍ତୁ, ତାଙ୍କର କମ୍ବ୍ୟାକ୍ ସହିତ, ବିବାଦ ମଧ୍ୟ ତାଙ୍କର ପିଛା ଛାଡ଼ୁନାହିଁ। 'ସ୍ପିରିଟ୍'ରୁ ବାହାର ହେବା ପରେ, ଏବେ ଅଭିନେତ୍ରୀଙ୍କ ଫିଲ୍ମ 'କଳକି ୨'କୁ ନେଇ ବିଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସୁଛି।
ଦୀପିକା ପାଦୁକୋନଙ୍କ ପ୍ରଶଂସକମାନେ ତାଙ୍କ କମ୍ବ୍ୟାକ୍ ନେଇ ବହୁତ ଉତ୍ସାହିତ ଥିଲେ। କିନ୍ତୁ ଯେତେବେଳେ ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସ୍ଫିରିଟ୍'ରୁ ଅଭିନେତ୍ରୀଙ୍କ ନାମ ହଟାଇ ଦିଆଯାଇଥିଲା, ସେତେବେଳେ ଫ୍ୟାନ୍ସ ନିରାଶ ହୋଇଥିଲେ । ଏହି ସବୁକୁ ନେଇ ଅନେକ କାରଣ ସାମ୍ନାକୁ ଆସିଥିଲା, ଯେଉଁଥିରୁ ଗୋଟିଏ ଥିଲା ଯେ ଅଭିନେତ୍ରୀ ୮ ଘଣ୍ଟାର କାର୍ଯ୍ୟ ସୂଚୀ ଦାବି କରିଛନ୍ତି। ଦୀପିକା ଏହି ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ମଧ୍ୟ ଦାବି କରୁଥିଲେ। ଏହି ସମସ୍ତ ବିବାଦ ମଧ୍ୟରେ, ତାଙ୍କ ଫିଲ୍ମ 'କଳକି ୨' ବିଷୟରେ ମଧ୍ୟ ଅନେକ ପ୍ରକାରର ଖବର ଆସୁଛି। କୁହାଯାଇଛି ଯେ ଅଭିନେତ୍ରୀଙ୍କ ଏହି ଦାବି ଯୋଗୁଁ, 'କଳକି ୨'ର ନିର୍ମାତା ତାଙ୍କ ଚରିତ୍ରକୁ ଫିଲ୍ମରୁ ହଟାଇବା କିମ୍ବା ତାଙ୍କ ଭୂମିକା ଅଳ୍ପ ରଖିବାକୁ ଯୋଜନା କରୁଛନ୍ତି। ହେଲେ ଏହି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ଯଦି ଏହା ସତ ହୁଏ, ତେବେ ଦୀପିକା ସନ୍ଦୀପ ରେଡ୍ଡି ଭାଙ୍ଗା ପରେ ନାଗା ଚୈତନ୍ୟଙ୍କ ଫିଲ୍ମ ମଧ୍ୟ ହରାଇବେ। ଦୀପିକା ୨୦୨୪ ଫିଲ୍ମ 'କଳକି 2898 AD'ରେ ନଜର ଆସିଥିଲେ। ଏହି ଦୁଇଟି ବଡ଼ ପ୍ରୋଜେକ୍ଟ ବ୍ୟତୀତ, ଅଭିନେତ୍ରୀ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଡେବ୍ୟୁ ଫିଲ୍ମ 'କିଙ୍ଗ୍'ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ଏକ ବହୁତ ବଡ଼ ସ୍ତରରେ ନିର୍ମିତ ହେବାକୁ ଯାଉଛି। ଯାହା ୨୦୨୭ ସୁଦ୍ଧା ସିନେମା ହଲରେ ଆସିପାରେ। ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ରାଘବ ଜୁୟାଲଙ୍କ ଭଳି ଅନ୍ୟ ବଡ଼ ଅଭିନେତା ମଧ୍ୟ ଅଛନ୍ତି।