ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ରେ ମାରିଲେ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ

NEWS7
decoration-video-of-kl-rahul-and-athiya-shetty-wedding

ଗୌହାଟୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଅଭିଷେକ ଶର୍ମାଙ୍କ ଧମାକା। ରବିବାର ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଅଭିଷେକ ବିଧ୍ଵଂସୀ ବ୍ୟାଟିଂ କରି ମାତ୍ର ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ସହିତ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ଦ୍ଵିତୀୟ ଭାରତୀୟ ବ୍ୟାଟର ହୋଇଛନ୍ତି।

ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ଲଗାଇବାର ରେକର୍ଡ ଯୁବରାଜ ସିଂହଙ୍କ ନାମରେ ରହିଛି। ଯୁବି ୨୦୦୭ ବିଶ୍ଵକପରେ ଇଂଲଣ୍ଡ ବିପକ୍ଷରେ ୧୨ ବଲରୁ ୫୦ ରନ ପୂରା କରିଥିଲେ। ଯୁବରାଜ ୧୨ ବଲରୁ ୫୦ ରନର ଇନିଂସରେ ୬ ବଲରୁ ୬ ଛକା ସାମିଲ୍ ଥିଲା। ତେବେ ଅଭିଷେକ ୫୦ ରନ ପୂରଣରେ ୪ ଛକା ଓ ୬ ଚୌକା ସାମିଲ୍ ଥିଲା। ନିଜର ଇନିଂସରେ ଏହି ବାମହାତୀ ବ୍ୟାଟର ୨୦ ବଲରୁ ୭ ଚୌକା ଓ ୫ ଛକା ଜରିଆରେ ୬୮ ରନରେ ଅପରାଜିତ ଥିଲେ।

ଅନ୍ତର୍ଜାତୀୟ ଟି-୨୦ରେ ମୋଟାମୋଟି ଦ୍ଵିତୀୟ ଅର୍ଦ୍ଧଶତକ ମାରିବାର ରେକର୍ଡ ନାମ୍ବିଆର ଜାନ ଫ୍ଲିଙ୍କ ନାଁରେ ରହିଛି । ସେ ୧୩ ବଲରେ ଅର୍ଦ୍ଧଶତକ ମାରିଛନ୍ତି। ଅଭିଷେକ ଶର୍ମା ଏବେ ନ୍ୟୁଜିଲାଣ୍ଡର କଲିନ୍ ମୁନରୋଙ୍କ ସହ ସମକକ୍ଷ ହୋଇଛନ୍ତି। ମୁନରୋ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ୧୪ ବଲରେ ଅର୍ଦ୍ଧଶତକ ମାରିଥିଲେ। ଭାରତ ପକ୍ଷରୁ ଅଭିଷେକ ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧଶତକ ମାରିଥିବା ବେଳେ ବିଶ୍ଵରେ ତାଙ୍କର ଏହି ୫୦ ରନ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ

ଭାରତ ରବିବାର ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇଛି। ନ୍ୟୁଜିଲାଣ୍ଡ ଦ୍ଵାରା ଧାର୍ଯ୍ୟ ୧୫୪ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୦ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି। ଅଭିଷେକ ଶର୍ମା ଓ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ମାତ୍ର ୨୦ ବଲରୁ ୭ ଚୌକା ଓ ୫ ଛକା ସହ ୬୮ ରନ କରି ଅପରାଜିତ ଥିଲେ। ସୂର୍ଯ୍ୟକୁମାର ଯାଦବ ୨୬ ବଲରୁ ୬ ଚୌକା ଓ ୩ ଛକା ସହ ୫୭ ରନ କରି ଭାରତ ପାଇଁ ବିଜୟ ସୂଚକ ଚୌକା ମାରିଥିଲେ।