ଖଣ୍ଡଗିରି କୁମ୍ଭ ମେଳା ପାଇଁ ପ୍ରସ୍ତୁତି, ସୁରକ୍ଷା ପାଇଁ ଲାଗିବ ୧୦୦ ସିସିଟିଭି

NEWS7
debi-prasad-mishra-reaction-in-assembly

ଭୁବନେଶ୍ଵର: ଖଣ୍ଡଗିରି କୁମ୍ଭ ମେଳାକୁ ଆଉ ଅଳ୍ପ ଦିନ ବାକି ରହିଛି। ଦୁଲୁକିବ ଯାତ୍ରା ପଡ଼ିଆ।  ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରସ୍ତୁତି ପଥରେ ଯାତ୍ରା ମଞ୍ଚ। ଏହାକୁ ନେଇ ବିଏମସି କାର୍ଯ୍ୟାଳୟରେ ଖଣ୍ଡଗିରି କୁମ୍ଭ ମେଳା ପାଇଁ ସମୀକ୍ଷା ଶେଷ । ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ବ୍ୟାପକ ପୋଲିସ ବ୍ୟବସ୍ଥା ରହିବ। ମେଳା ଅଞ୍ଚଳରେ ୧୦୦ଟି ସିସିଟିଭି ଲାଗିବ । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମ୍ ସି ଏନଫୋର୍ସମେଣ୍ଟ ମୁତୟନ ରହିବେ ।

ଟ୍ରାଫିକ ପୋଲିସକୁ ସହାୟତା କରିବା ପାଇଁ ଟ୍ରାଫିକ ଓ୍ୱାର୍ଡେନଙ୍କୁ ମୁତୟନ ହେବେ। ଯାନବାହାନ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଫାୟର, ପୋଲିସ, ବିଏମ୍ ସି, ମେଡିକାଲ କଣ୍ଟ୍ରୋଲ ରୁମ୍, ପାନୀୟ ଜଳ, ଆଲୋକ ଓ ଅନ୍ୟାନ ବ୍ୟବସ୍ଥା ରହିଛି। ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର , ସିଟି ଇଂଜିନିୟର , ଡେପୁଟି କମିଶନର, ସଂପୃକ୍ତ ଅଂଚଳର କର୍ପୋରେଟର ବୃନ୍ଦ, ଜାଗମରା ଗ୍ରାମ୍ୟ କମିଟି, କମିଟିର କର୍ମକର୍ତ୍ତା, ସମସ୍ତ ଲାଇନ ଡିପାର୍ଟମେଣ୍ଟ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳା ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ। ମଇଦାନକୁ ଓହ୍ଲାଇବେ ୧୪ ଯାତ୍ରା ପାର୍ଟି। ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଉଛି। ତେବେ କେଉଁ ଯାତ୍ରା ପାର୍ଟି ବାଜି ମାରିବ ତାହା ଜଣା ପଡିବ