LIVE TV

ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଆବର୍ତ୍ତମାନରେ ଜିତିବେ, ତାଙ୍କ ପରିବାରକୁ ଟିକେଟ୍‌ ଦେବାକୁ ସ୍ଥାନୀୟ ନେତାଙ୍କ ଆବେଗ ରହିଛି

NEWS7
Nuapada By election

ଭୁବନେଶ୍ବର ୮।୧୦: ନୂଆପଡ଼ା ଉପନିର୍ବାଚନ ବିଗୁଲ୍ ବାଜିସାରିଛି । ଆଉ ନିର୍ବାଚନ ବିଗୁଲ୍ ବାଜିବା ସହ ଗ୍ରାଉଣ୍ଡରେ ମଧ୍ୟ କସରତ ଆରମ୍ଭ ହୋଇଯାଇଛି । ଏହି ସମୟରେ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛି । ବିଜେଡି ମଧ୍ୟ ଏହି ରେସ୍‌ରେ ପାଦେ ଆଗେଇଛି । ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବେ ବୋଲି ସଙ୍କେତ ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଦିବଂଗତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରର କାହାକୁ ଟିକେଟ୍ ଦେବା ପାଇଁ  ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି । ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ୍ ପାରଙ୍ଗମ ଥିଲେ । ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ  ଆବର୍ତ୍ତମାନରେ ଜିତିବେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରର କାହାକୁ ଟିକେଟ୍ ଦେବା ପାଇଁ । କିଏ ଦଳୀୟ ପ୍ରାର୍ଥୀ ହେବ ଦଳ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ । ଗୁରୁବାର ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ । ଲୋକଙ୍କ ପାଖକୁ ଦଳ ଯିବ ବୋଲି ଦେବୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖରେ ଫଳାଫଳ ବାହାରିବ ।