ଦକ୍ଷିଣ ବ୍ରାଜିଲରେ ବର୍ଷା ବିତ୍ପାତ; ପ୍ରାଣ ହରାଇଲେଣି ୩୯ଜଣ, ୭୦ରୁ ଅଧିକ ନିଖୋଜ

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣ ରାଜ୍ୟରେ ପ୍ରକୃତିର ତାଣ୍ଡବ । ରିଓ ଗ୍ରାଣ୍ଡ୍ ପ୍ରାନ୍ତରେ ପ୍ରବଳ ବର୍ଷା ଏବଂ ଭୁସ୍ଖଳ ଯୋଗୁ ୩୯ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୭୦ରୁ ଅଧିକ ଲୋକ ଏବେବି ନିଖୋଜ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍ଷାଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ ୨୪ ହଜାରରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ବିପର୍ଯ୍ୟୟ କାଳୀନ ଉଦ୍ଧାରକାରୀ ଦଳ ଲୋକଙ୍କୁ ରେସକ୍ୟୁ କରିବାରେ ଲାଗିପଡ଼ିଛନ୍ତି । 

ଲୋକଙ୍କ କହିବା ଅନୁଯାୟୀ, ବ୍ରାଜିଲ୍ ଇତିହାସରେ ପ୍ରଥମଥର ଏଭଳି ବର୍ଷା ହୋଇଛି । ଖରାପ ପାଣିପାଗ ବ୍ରାଜିଲର ଷ୍ଟେଟ୍ କ୍ୟାପିଟାଲ୍ ସହିତ ୨୩୫ ମୁନିସିପାଲିଟିର ପ୍ରାୟ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ଦକ୍ଷିଣ ରାଜ୍ୟରେ ସୋମବାରଠୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା, ଫଳରେ ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଥିଲା । ଲଗାତାର ମୂଷଳଧାରାରେ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟା ପାଣିରେ ସହର ଗୁଡ଼ିକ ଜଳାର୍ଣ୍ଣବ ହୋଇଛି ।  ଦକ୍ଷିଣ ରାଜ୍ୟର ୨୪ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । 

ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ବହୁ ଧନ ଜୀବନ ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୯ଜଣ ପ୍ରାଣ ହରାଇଥିବା ବେଳେ ୭୪ଜଣ ନିଖୋଜ ରହିଛନ୍ତି । ରେସକ୍ୟୁ ଟିମ୍ ବନ୍ୟା ପାଣିରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରୁଛି । ସେପଟେ ଗୁରୁବାର ବ୍ରାଜିଲ୍ ରାଷ୍ଟ୍ରପତି ଦକ୍ଷିଣ ରାଜ୍ୟ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ସରକାରୀମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


 

 

  • Brazil
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.