ଚୀନରୁ ମିଳିଲା ୨ ହଜାର ବର୍ଷ ପୁରୁଣା କଙ୍କାଳ, ଦଣ୍ଡ ଭାବେ କଟାଯାଇଥିଲା ଅଙ୍ଗପ୍ରତ୍ୟଙ୍ଗ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୦୫: ବୈଜ୍ଞାନିକଙ୍କୁ ମିଳିଲା ୨ ହଜାର ବର୍ଷ ପୂର୍ବର କଙ୍କାଳ । ଏହା ମିଳିବା ପରେ ଆଶ୍ଚର୍ଯ୍ଯ ହୋଇ ଯାଇଛନ୍ତି ବୈଜ୍ଞାନିକ । କାରଣ ୨ଟି ଯାକ କଙ୍କାଳରେ ଲାଗିଛି ସମାନ ଆଘାତ । ଏହି କଙ୍କାଳରୁ ଚୀନରେ ଚାଲିଥିବା ଦଣ୍ଡ ବିଷୟରେ ମିଳିଛି ପ୍ରମାଣ । ବୈଜ୍ଞାନିକ ମାନେ ଅନୁମାନ ଲଗାଇଛନ୍ତି କି ଚୀନ୍‌ର ପୂର୍ବ ଝୋଉ ରାଜବଂଶୀମାନେ ଲୋକଙ୍କର ଅଙ୍ଗପ୍ରତ୍ୟଙ୍ଗକୁ କାଟି ଏଭଳି ଦଣ୍ଡ ଦେଉଥିଲେ ।  

ଟେକ୍ସାସ୍ ଏଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପାଲୋଏଣ୍ଟ୍ରୋପୋଲୋଜିଷ୍ଟ୍ କିଆନ୍ ୱାଙ୍ଗ୍ ଏବଂ ତାଙ୍କ ସହକର୍ମୀମାନେ ଏହି କଙ୍କାଳର ଯାଞ୍ଚ କରିଥିଲେ । ଯାହା ବୋଧହୁଏ ଜଣେ ପୁରୁଷଙ୍କର ରହିଥିଲା ।  ଏହି କଙ୍କାଳର ବାମ ଗୋଡର ପ୍ରାୟ ଏକ ପଞ୍ଚମାଂଶ ଗାଏବ ରହିଥିଲା । ଯାହା ତାର ଡାହାଣ ଗୋଡର ୩ ଇଞ୍ଚ ଛୋଟ ରହିଥିଲା । 

ଦ୍ୱିତୀୟ କଙ୍କାଳଟି ମଧ୍ୟ ଜଣେ ପୁରୁଷଙ୍କର ରହିଥିଲା । ଏହାର ମଧ୍ୟ ଡାହାଣ ଗୋଡ଼ ମଧ୍ୟ ସମାନ ଲମ୍ବ ଅନୁଯାୟୀ କାଟି ଦିଆଯାଇଥିଲା । ପୁରୁଷଙ୍କ ଏହି କଟା ଯାଇଥିବା ଅଙ୍ଗଗୁଡ଼ିକ ପ୍ରାୟ ୧ ସେଣ୍ଟିମିଟର ଅନ୍ତରରେ କଟା ଯାଇଥିଲା । 

ଏହି କଙ୍କାଳ ଚାଇନାର ହେନାନ ପ୍ରଦେଶର ସେନମେନକ୍ସିୟାରେ ଖନନ ସମୟରେ ପାଇଥିଲେ ।  ସେମାନଙ୍କର ବୟସ ୨୩୦୦ରୁ ୨୫୦୦ ବର୍ଷ ହେବ । ଯାହା ସେମାନଙ୍କୁ ପୂର୍ବ ଝୋଉ ରାଜବଂଶରେ ସ୍ଥାନିତ କରିଥାଏ, ଯାହାର ଶାସକମାନେ ଖ୍ରୀଷ୍ଟପୂର୍ବ ୭୭୧ ରୁ ୨୫୬ ମଧ୍ୟରେ ଚୀନ୍‌ର କିଛି ଅଂଶରେ ଶାସନ କରିଥିଲେ ।

ୱାଙ୍ଗ ଏବଂ ସହକର୍ମୀମାନେ ମାର୍ଚ୍ଚରେ ପ୍ରକାଶିତ ରିପୋର୍ଟରେ ଲେଖିଛନ୍ତି ଯେ, ଏହି ଆବିଷ୍କାର ପୂର୍ବର କିଛି ଅନୁସନ୍ଧାନ ସହିତ, ପୂର୍ବା ଝୋଉ ରାଜବଂଶରେ ନିୟୋଜିତ ଆଇନ ଏବଂ ଦଣ୍ଡର ଐତିହାସିକ ଲିଖିତ ରେକର୍ଡକୁ ପ୍ରମାଣିତ କରେ ।

କେବଳ ସେମାନଙ୍କର ହାଡକୁ ଆଧାର କରି ଏହି ଦୁଇ ଜଣଙ୍କ ଉପରେ କ’ଣ ଅଭିଯୋଗ କରାଯାଇଥିଲା ତାହା ନିର୍ଣ୍ଣୟ କରିବା କଷ୍ଟକର । ତେବେ ୱାଙ୍ଗ ଅନୁମାନ କରିଛନ୍ତି ଯେ ଐତିହାସିକ ରେକର୍ଡ ଉପରେ ଆଧାର କରି ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଅପେକ୍ଷା ଅଧିକ କଠୋର ଦଣ୍ଡ ପାଇଥାଇ ପାରନ୍ତି । କାରଣ ସେତେବେଳେ ଡାହାଣ ଗୋଡ କାଟିବା କେବଳ ଗୁରୁତର ଅପରାଧ ପାଇଁ କରାଯାଉଥିଲା।

ୱାଙ୍ଗ କହିଛନ୍ତି, ଯେହେତୁ ଦଣ୍ଡ ଦ୍ବାରା ବିଚ୍ଛେଦ ଏକ ସାଧାରଣ ଘଟଣା ନଥିଲା । ତେଣୁ ସେମାନେ ସାଧାରଣ ସାମାଜିକ ଜୀବନକୁ ଫେରିପାରୁଥିଲେ । ମୃତ୍ୟୁ ପରେ ସେମାନଙ୍କୁ ଉପଯୁକ୍ତ ସମାଧି ଦିଆଯାଇଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.