ନୋବେଲ ବିଜେତା ନର୍ଗିସ୍ ମହମ୍ମଦୀ ପୁଣି ଗିରଫ, ଓକିଲଙ୍କ ଶୋକ ସମାରୋହରେ ସାମିଲ ହେବା ପଡିଲା ମହଙ୍ଗା

NEWS7
death-threats-to-4-artists-including-rajpal-yadav

ନୂଆଦିଲ୍ଲୀ ୧୩/୧୨: ଓକିଲଙ୍କ ଶୋକ ସମାରୋହରେ ସାମିଲ ହେବା ପଡିଗଲା ମହଙ୍ଗା । ଷେଶରେ ଇରାନରେ ବନ୍ଧାହେଲେ ନର୍ଗିସ୍ ମହମ୍ମଦୀ । ଇରାନର ପ୍ରସିଦ୍ଧ ନର୍ଗିସ୍ ମହମ୍ମଦୀ ଗିରଫ କରିଛି ପୋଲିସ । ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦୀ । ୩୬ ବର୍ଷ ଜେଲ ରହିଥିଲେ ଫେରିଥିଲେ ନର୍ଗିସ୍ ।

ସୂଚନାଥାଉକି, ନର୍ଗିସ୍ ମହମ୍ମଦି ଶୁକ୍ରବାର ଦିନ ମାଶହାଦରେ ସ୍ୱର୍ଗତ ମାନବାଧିକାର ଓକିଲ ଖୋସରୋ ଆଲିକୋର୍ଡିଙ୍କ ସ୍ମୃତିସଭାରେ ଯୋଗଦେବା ଯାଇଥିଲେ । ସେଠାରେ ପହଞ୍ଚିବା ସମୟରେ ଇରାନ ସୁରକ୍ଷା ବାହିନୀ ଦ୍ୱାରା ତାଙ୍କୁ ବଳପୂର୍ବକ ଅଟକ ରଖିଥିଲେ ।

୫୩ ବର୍ଷୀୟ ନର୍ଗିସ୍ ମହମ୍ମଦିଙ୍କୁ ଚିକିତ୍ସା କାରଣରୁ ଜେଲରୁ ମୁକ୍ତ କରାଯାଇ ପୁନର୍ବାର ଜେଲଦଣ୍ଡରୁ ରକ୍ଷା ପାଇବା ଆଶା କରାଯାଉଥିଲା । ତାଙ୍କ ଫାଉଣ୍ଡେସନ୍ ଅନୁଯାୟୀ, ସ୍ମାରକୀ ସେବା ସମୟରେ ପୋଲିସ ଏବଂ ସୁରକ୍ଷା ବାହିନୀ ତାଙ୍କୁ ବଳପୂର୍ବକ ଅଟକ ରଖିଥିଲେ । ଏହି ଘଟଣା ସମୟରେ ଅନ୍ୟ ଅନେକ କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।

​​​​​​​ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ମହମ୍ମଦି ହିଜାବ ବିନା ଭିଡ଼କୁ ସମ୍ବୋଧିତ କରୁଥିବା ଏବଂ ସ୍ଲୋଗାନ ଦେଉଥିବାର ଦୃଶ୍ୟ ଦେଖାଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରବଳ ସୁରକ୍ଷା ବାହିନୀ ମୁତୟନ ହୋଇଥିଲେ । ମଶହାଦ ରାଜ୍ୟପାଳ ହାସନ ହୋସେନି ନିଶ୍ଚିତ କରିଛନ୍ତି ଯେ କିଛି ଲୋକଙ୍କୁ "ପ୍ରତିରୋଧମୂଳକ ପଦକ୍ଷେପ" ଭାବେ ତାଙ୍କୁ ଗିରଫ କରିଛନ୍ତି ।

ଯଦିଓ ସେ ବଳପ୍ରୟୋଗ ଅଭିଯୋଗ ଉପରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ମାନବାଧିକାର ସଂଗଠନ 'ସେଣ୍ଟର ଫର୍ ହ୍ୟୁମାନ୍ ରାଇଟ୍ସ ଇନ୍ ଇରାନ'ର ମୁଖ୍ୟ ହାଦି ଘେମି ଏହାକୁ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି।