LIVE TV

ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ବ୍ରେକ୍ ଫେଲ୍‌ରୁ ବଡ଼ ଅଘଟଣ

NEWS7
deadbody-of-unidentified-youth-found-in-drain-in-berhampur

ଜି.ଉଦୟଗିରି ୦୭/୧୧: ଫୁଲବାଣୀ ବାଲିଗୁଡ଼ା କଳିଙ୍ଗା ଘାଟିରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଜଣେ ମହିଳା ଯାତ୍ରୀ ମୃତ, ଅନେକ ଆହତ ହୋଇଥିବା ସୂଚନା । ଆହତଙ୍କୁ ଜି ଉଦୟଗିରି ଏବଂ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଛି । ବସରେ ୧୫ରୁ ଅଧିକ ଯାତ୍ରୀ ଥିବା ସୂଚନା ।

ସୂଚନା ଥାଉକି, କଳିଙ୍ଗା ଘାଟିକୁ ଛାଡୁନି ଅଘଟଣ । ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ପୂର୍ବରୁ ବି ଦୁର୍ଘଟଣା ଘଟିବାର ନଜର ରହିଛି । କିଛି ଦନ ତଳେ ବର୍ଷା ଦିନେ ଏହି ସ୍ଥାନରେ ବାରମ୍ବାର ଭୂସ୍ଖଳନ ଦେଖିବାକୁ ମିଳିଥିଲା । ବଡ଼ ବଡ଼ ପଥର ପାହାଡ଼ରୁ ଖସିବା ଫଳରେ ରାସ୍ତା ମଝିରୁ କଟିଯାଇଥିଲା ।

ଅର୍ଥାତ୍ ରାସ୍ତା ମଝିରୁ ବିଛିନ୍ନ ହୋଇଯାଇଥିଲା । ଯାତାୟତ ବନ୍ଦ ହୋଇଯାଇଥିଲା । ଏହା ପରେ ଯେତେବେଳେ ରାସ୍ତା କାମ ଚାଲିଥିଲା, ସେତେବେଳେ ପୁଣି ଥରେ ଖବର ଆସିଥିଲା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି । ଭାଗ୍ୟ ବସତଃ କୌଣସି ଜୀବନ ହାନି ହୋଇନଥିଲା । ଏହି ଘଟଣାକୁ କେଇ ମାସ ବିତିନଥିବା ବେଳେ ଆଜି କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।