ରାସ୍ତାରେ ପଡିଛି ଅଜଣା ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | July 31, 2025 IST

BREAKING NEWS

ପାଟଣା ୩୧।୦୭ : ରାସ୍ତାରେ ପଡିଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ଉଖୁଣ୍ଡା-କାଠବାଉଁଶୁଳି ରାସ୍ତାର ହରିପଶି ଛକ ନିକଟରେ ପଡିଛି ଅଜଣା ମୃତଦେହ । ଘଟଣାରେ ବାରିଆ ଓ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ,  କେନ୍ଦୁଝର ଜିଲ୍ଲା ଉଖୁଣ୍ଡା-କଠାବାଉଁଶୁଳି ରାସ୍ତାର ହରିପଶି ଛକ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ବାରିଆ ଓ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ମେଡିକାଲକୁ ପଠାଇଛି । ବର୍ତ୍ତମାନ ଯାଏଁ ଯୁବକଙ୍କ ମୃତ୍ୟୁ କିପରି ହେଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କିନ୍ତୁ କିଛି କିଛି ଲୋକ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.