Live Live
LIVE

ମୋଜତାବାଙ୍କ ସମ୍ମାନରେ ସ୍ବତନ୍ତ୍ର ମିସାଇଲ୍ ମାଡ଼ କଲା ଇରାନ୍, ଥରିଲା ଇସ୍ରାଏଲ୍ !

NEWS7
deadbody-found-in-ib-river-at-sundergarh

ନୂଆଦିଲ୍ଲୀ: ମୋଜତାବା ଖାମେନି ଇରାନର ନୂତନ ସର୍ବୋଚ୍ଚ ନେତା ହୋଇଛନ୍ତି । ସେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଜତାବାଙ୍କ ସମ୍ମାନରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (ଆଇଆରଜିସି) ଏହାର ତିନୋଟି ମାରାତ୍ମକ କ୍ଷେପଣାସ୍ତ୍ର ମାଡ଼ କରିଛି । ଦେଶରେ ହୋଇଥିବା ବଡ଼ ପରିବର୍ତ୍ତନକୁ ସମ୍ମାନ ଜଣାଇ ଆଇଆରଜିସି ଏହି ମିସାଇଲ୍ ନିକ୍ଷେପ କରିଛି ।

ସେପଟେ ଏହି ଖାସ କ୍ଷେପଣାସ୍ତ୍ର ଉପରେ ବିଶେଷ ଚିତ୍ର ଥିବା ନେଇ ଦେଖିବାକୁ ମିଳିଛି । ଇରାନ ଗଣମାଧ୍ୟମରେ ପ୍ରସାରିତ ଫୁଟେଜ୍ରେ ଗୋଟିଏ କ୍ଷେପଣାସ୍ତ୍ରରେ ‘ଆପଣ ସେବାରେ, ମୋଜତାବା’ ସ୍ଲୋଗାନ ଲେଖାଥିଲା । ମାଡ଼ ହେବା ପୂର୍ବରୁ କ୍ଷେପଣାସ୍ତ୍ରର ଭିଡିଓ ପ୍ରସାରିତ ହୋଇଥିଲା । ଏଥିରେ ଲେଖାଥିବା ସନ୍ଦେଶ, ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।ନୂଆ ଲିଡରଙ୍କୁ ପାଇ ଇରାନ୍ରେ ବେଶ ଉତ୍ସାହ । ସେନାର ମନୋବଳ ବଢ଼ିଛି । ଅନ୍ୟପଟେ ଇରାନ୍ର ୩ଟି ମାରତ୍ମାକ କ୍ଷେପଣାସ୍ତ୍ର ମାଡ଼ର ଭିଡିଓ ଦେଖି ଇସ୍ରାଏଲ ଛାନିଆ । ଇରାନ୍ ମିସାଇଲ୍ ନିକ୍ଷେପ କରିବା ମାତ୍ରେ ଇସ୍ରାଏଲର କିଛି ଅଂଶରେ ଆତଙ୍କ ଖେଳିଯାଇଥିଲା । ସାଇରନ୍ ବାଜି ଉଠିଥିଲା ଏବଂ ଏକ ବଡ଼ ଆକ୍ରମଣର ଭୟରେ ଲୋକମାନେ ଆଶ୍ରୟସ୍ଥଳକୁ ଦୌଡ଼ି ପଳାଇଥିଲେ ।

ସୋମବାର ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୧୦ମ ଦିନ। ଆମେରିକୀୟ ଘାଟି ଉପରେ ଇରାନର ଆକ୍ରମଣ ଜାରି ରହିଛି। ଇସ୍ରାଏଲ ତେହେରାନ ସମେତ ପ୍ରମୁଖ ଇରାନୀ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି। ଏହି ସମୟରେ, ଇରାନ ଆୟାତୋଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ବାଛିଛି। ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ସେ ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ସହିତ ମଧ୍ୟ ସେହିପରି କରିବେ, ଯେପରି ସେ ଆୟାତୋଲ୍ଲା ଅଲି ଖାମେନିଙ୍କ ସହିତ କରିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି । ଯଦି ଇରାନ ଆକ୍ରମଣ ବନ୍ଦ ନକରେ, ତେବେ ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ କହିଛନ୍ତି । ତଥାପି ଇରାନ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ ଇରାନର ଆତ୍ମରକ୍ଷା ଅଧିକାରର ଏକ ଅଂଶ। ଏହି ଯୁଦ୍ଧ ଇରାନର ପସନ୍ଦ ନୁହେଁ, ବରଂ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଏହା ଉପରେ ଲଦି ଦିଆଯାଇଛି। ସେପଟେ ଇରାନର ରାଜଧାନୀ ଉପରେ ଆକାଶ ଘନ ଧୂଆଁରେ ଆଚ୍ଛାଦିତ ହୋଇଛି। ବାୟୁ ବିଷାକ୍ତ ହୋଇଗଲାଣି, ଯାହା ସାଧାରଣ ନାଗରିକଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଇରାନର ରେଡ କ୍ରିସେଣ୍ଟ ସୋସାଇଟି ଲୋକଙ୍କୁ ବିଷାକ୍ତ ଏସିଡ୍ ବର୍ଷା ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛି। ଇରାନର ୩୦ରୁ ଅଧିକ ତୈଳ ଡିପୋ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।