ଉଦଳା ୧୦।୬: ସୋମବାର ସାପ୍ତାହିକ ହାଟକୁ ଯାଇଥିଲେ । ମଙ୍ଗଳବାର ମିଳିଲା ହାଟ ନିକଟରୁ କ୍ଷତାକ୍ତ ମୃତଦେହ । ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପିସାହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ଢୋଲଗଣ୍ଡି ଗ୍ରାମର ମାଣିକ ସିଂ ସୋମବାର ଉପିସାହି ସାପ୍ତାହିକ ହାଟକୁ ଯାଇଥିଲେ । ହେଲେ ରାତିରେ ଘରକୁ ଫେରି ନଥିଲେ । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ହାଟ ନିକଟରେ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । କେହି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ପଛପଟରୁ ହାଣି ହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।
ତେବେ କିଏ ଏବଂ କ’ଣ ପାଇଁ ତାଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଥିବା ବେଳେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କୌଣସି ପୂର୍ବ ଶତ୍ରୁତା ନଥିବା କହିଛନ୍ତି ମୃତକଙ୍କ ଝିଅ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାର ଖୋଳତାଡ଼ କରୁଛି ପୋଲିସ ।
You Can Read:
ମଦ ପିଇବାକୁ ଟଙ୍କା ଦେଲାନି ସ୍ତ୍ରୀ, ବାଡ଼ିରେ ପିଟି ପିଟି ମାରିଦେଲା ନୃଶଂସ ସ୍ଵାମୀ