ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ଧର୍ମଶାଳାରେ ବିଶାଳ ଆୟୋଜନ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ ୦୬/୦୭: ୧.୪ ବିଲିଅନ ଭାରତୀୟଙ୍କ ସହ ମିଶି ମୁଁ ଦଲାଇଲାମାଙ୍କୁ ୯୦ ତମ ଜନ୍ମଦିନର ଶୁଭେଚ୍ଛା ଜଣାଉଛି  । ତାଙ୍କର ବାର୍ତ୍ତା ସବୁ ଧର୍ମ ପାଇଁ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରେରଣା ଦେବ । ମୁଁ ତାଙ୍କର ଦୀର୍ଘାୟୁ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ସୋସିଆଲ ମିଡିଆ ‘X’ରେ ଏପରି ଲେଖି ଦଲାଇଲାମାଙ୍କୁ ଜନ୍ମବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରବିବାର ଧର୍ମଗୁରୁ ଦଲାଇଲାମା ୯୦ ବର୍ଷରେ ପାଦ ଥାପିଛନ୍ତି ଦଲାଇଲାମା । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 


ଜନ୍ମଦିନ ଅବସରରେ ହିମାଚଳପ୍ରଦେଶର ଧର୍ମଶାଳାରେ ବ୍ୟାପକ ଆୟୋଜନ କରାଯାଇଛି । ସେହି ମଠରେ ଥିବା ହଜାର ହଜାର ତିବ୍ଦତୀୟ ଏକାଠି ହୋଇ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକାରୁ ମଧ୍ୟ ଦଲାଇଲାମାଙ୍କୁ ଆସିଛି ବର୍ଥ ଡେ ୱିଶ୍ । ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ପ୍ରେସ ରିଲିଜ ଜାରି କରି ଦଲାଇଲାମାଙ୍କୁ ପଠାଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ଏଥିସହ ସେ ପରବର୍ତ୍ତୀ ଦଲାଇଲାମା ଚୟନ ନେଇ ମତ ଦେଇଛନ୍ତି । ତାଙ୍କ ମତ ଅନୁଯାୟୀ ତିବ୍ଦତୀୟ ଲୋକଙ୍କୁ ନେତା ବାଛିବାର ଅଧିକାର ରହିଛି । ଏଥିରେ କାହାର ହସ୍ତକ୍ଷେପ ଉଚିତ ନୁହେଁ । ସେପଟେ କିଏ ହେବେ ନୂଆ ଦଲାଇଲାମା ତାକୁ ନେଇ ବଢିଛି ଚର୍ଚ୍ଚା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.