ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ନୂଆବର୍ଷ ପୂର୍ବରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଶ୍ରୀକ୍ଷେତ୍ର ମୁହାଁ

NEWS7
dakayat-arresta-at-bhdrak

ପୁରୀ ୨୮।୧୨: ନୂଆବର୍ଷ ଯୋଗୁଁ ପୁରୀକୁ ପ୍ରବଳ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଛୁଟିଦିନ ଥିବାରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ମୁହାଁ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ପ୍ରବଳ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଠାକୁରଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଇଂରାଜୀ ନୂଆବର୍ଷ ଥିବାରୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସେହିପରି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ସମାଗମ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ନୂଆବର୍ଷ ସେଲିବ୍ରେସନ ପାଇଁ ଏବେ ପୁରୀରେ ଅଧିକାଂଶ ହୋଟେଲ ଅନଲାଇନ ମାଧ୍ୟମରେ ବୁକିଂ ହୋଇଯାଇଥିବା ବେଳେ ସଭିଏଁ ପୁରୁଣା ବର୍ଷକୁ ବିଦାୟ ଦେଇ ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବେ ବୋଲି ଅପେକ୍ଷା କରିଛନ୍ତି।