ଶନିବାରଠାରୁ ମହାକାଶରେ ସୃଷ୍ଟି ହେବ ବିରଳ ସଂଯୋଗ, ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ

NEWS7
dakayat-arresta-at-bhdrak

ଭୁବନେଶ୍ବର: ଫେବ୍ରୁଆରୀ ୨୮ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ। ଏହି ସମୟରେ ସନ୍ଧ୍ୟା ଆକାଶରେ ଦେଖାଯିବେ ୬ଟି ଗ୍ରହ। ଗୋଟିଏ ସରଳ ରେଖାରେ ରହିବେ ବୁଧ, ଶୁକ୍ର, ନେପଚୁନ, ଶନି, ୟୁରେନ୍ସ ଏବଂ ବୃହସ୍ପତି ଗ୍ରହ। ଆଉ ଏଭଳି ଏକ ଅଦ୍ଭୁତ ଓ ବିରଳ ଦୃଶ୍ୟକୁ ଦେଖିବ ସାରା ବିଶ୍ବ।

ଚନ୍ଦ୍ରଗ୍ରହଣରେ ମହାକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ। ପୃଥିବୀ ପୃଷ୍ଠରୁ ଖାଲି ଆଖିରେ ଦେଖିହେବ ୬ଟି ଗ୍ରହ। କାରଣ ଗୋଟିଏ ଫେବ୍ରୁଆରୀ ୨୮ରେ ଗୋଟିଏ ସରଳ ରେଖାରେ ଆସିବେ ବୁଧ, ଶୁକ୍ର, ବୃହସ୍ପତି, ଶନି, ୟୁରେନ୍ସ ଏବଂ ନେପଚ୍ୟୁନ୍। ତେବେ ବୁଧ, ଶୁକ୍ର, ବୃହସ୍ପତି ଏବଂ ଶନିଙ୍କୁ ଖାଲି ଆଖିରେ ଦେଖାଯିବେ ଏବଂ ୟୁରେନ୍ସ ଓ ନେପ୍ଚ୍ୟୁନ ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖିହେବ ବୋଲି କହିଛନ୍ତି ବିଶେଷଜ୍ଞ।

ଆହୁରି ମଧ୍ୟ ବିଶେଷଜ୍ଞଙ୍କ ମତରେ, ଏଭଳି ସଂଯୋଗକୁ ଅତି ଦୁର୍ଲଭ ବୋଲି କୁହାଯାଏ। ପୃଥିବୀ ସହ ଯେତେବେଳେ ଅନ୍ୟ ଗ୍ରହମାନେ ଏକ ସମାନ ରେଖାରେ ଅବସ୍ଥାନ କରନ୍ତି ବା ସୂର୍ଯ୍ୟର ଗୋଟିଏ ପାର୍ଶ୍ବକୁ ଆସି ଯାଆନ୍ତି, ସେତେବେଳେ ଗ୍ରହଗୁଡ଼ିକୁ ଗୋଟିଏ ରେଖାରେ ଦେଖାଯାଇପାରେ। ଏହାକୁ ଗ୍ରହ ସଂଯୋଗ ବା ପ୍ଲାନେଟୋରୀ ପରେଡ କୁହାଯାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଦୃଶ୍ୟ ଦେଖିବାକୁ ସାଧାରଣ। ଲୋକେ ଆଲୋକଠାରୁ ବହୁ ଦୂରରେ କିମ୍ବା କୌଣସି ଖୋଲା ସ୍ଥାନରେ ରହି ଦେଖିପାରିବେ। ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ପ୍ରାୟ ୩୦ ମିନିଟ୍ ରୁ ୬୦ ମିନିଟ୍ ମଧ୍ୟରେ ଦେଖାଯିବ।

ଏହି ମହାଜାଗତିକ ଦୃଶ୍ୟ ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ। ଏହା ସେହି ଅଂଚଳରେ ଦେଖାଯିବ ଯେଉଁ ଅଂଚଳ ଆଲୋକମୁକ୍ତ ଓ ଧୂଳିମୁକ୍ତ ଥିବ। ସୂର୍ଯ୍ୟାସ୍ତ ହେବାର ଅଧଘଣ୍ଟା ପରେ ୬ଟି ଗ୍ରହଙ୍କୁ ଖାଲି ଆଖିରେ ଦେଖିପାରିବେ। ଅଧଘଣ୍ଟା ପରେ ଧୀରେ ଧୀରେ ଅନ୍ୟ ଗ୍ରହ ଅଦୃଶ୍ୟ ହେବା ବେଳେ କେବଳ ବୃହସ୍ପତିକୁ ବହୁ ସମୟ ଆପଣ ଦେଖିବାକୁ ପାଇପାରିବ। ଏହି ଦୃଶ୍ୟ ଲୋକଙ୍କ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ସାବ୍ୟସ୍ତ ହୋଇପାରେ। ତେବେ ସହରାଞ୍ଚଳରେ ଏହି ଦୃଶ୍ୟ ଦେଖିବା ସମ୍ଭବ ହୋଇ ନପାରେ। ବୈଜ୍ଞାନିକ ଭାଷାରେ ଏହାକୁ କ୍ରାନ୍ତିବୃତ୍ତ ପ୍ରକ୍ରିୟା କୁହାଯାଏ। ବିଶେଷ କରି ପିଲାମାନେ ଏହି ଦୃଶ୍ୟ ଦେଖିବା ସହ ଏହି ବିଷୟରେ ଆବଶ୍ୟକ ବୋଲି ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି।