LIVE TV

ଆମେରିକାକୁ ବଡ଼ ଝଟକା ଦେଲା ଚୀନ, ଏବେ କଣ କରିବେ ଟ୍ରମ୍ପ ?

NEWS7
cyclone-fani-275-km-distance-from-puri

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ପଦ ସମ୍ଭାଳିବା ପରଠୁ ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟେକ ଦେଶକୁ ଟାରିଫର ଧମକ ଦେଉଛନ୍ତି। ବିଶେଷ କରି ଭାରତ ଓ ଚୀନ ଉପରେ ଟାରିଫର ଏମିତି ଚାପ ପକାଇଲେ ଯେ ଦ୍ଵିପାକ୍ଷିକ ସମ୍ବନ୍ଧ ବିଗିଡ଼ି ଯାଇଛି। ଟ୍ରେଡ ଓ୍ଵାର ମଧ୍ୟରେ ଚୀନ ଆମେରିକାକୁ ବଡ଼ ଝଟକା ଦେଇଛି। ୭ ବର୍ଷରେ ପ୍ରଥମ ଥର ଚୀନ ଆମେରିକା ସୋୟାବିନ କିଣି ନାହିଁ। ଚୀନ ସେପ୍ଟେମ୍ବର ମାସରେ ଆମେରିକାଠୁ କୌଣସି ସୋୟାବିନ ଆମଦାନୀ କରି ନାହିଁ। ୨୦୧୮ ପରେ ପ୍ରଥମ ଥର ଏମିତି ପଦକ୍ଷେପ ନେଇଛି ଚୀନ।

ଏ ନେଇ ଚୀନ ପକ୍ଷରୁ ତଥ୍ୟ ଦିଆଯାଇଛି। ଏଥିରେ କୁହାଯାଇଛି ଗତ ମାସ ସେପ୍ଟେମ୍ବରରେ ଆମେରିକାଠୁ ଗୋଟିଏ ବର୍ଷ ପୂର୍ବର ୧.୭ ମିଲିୟନ ମେଟ୍ରିକ ଟନଠୁ ହ୍ରାସ ପାଇ ଶୂନ୍ୟକୁ ଆସିଛି ସୋୟାବିନ ଆମଦାନ। ରୟଟର୍ସ ଅନୁଯାୟୀ, ଚୀନ ଦ୍ଵାରା ଆମେରିକା ଆମଦାନୀ ଉପରେ ଲଗାଯାଇଥିବା ଉଚ୍ଚ ଶୁଳ୍କ କାରଣରୁ ସିପମେଣ୍ଟରେ ହ୍ରାସ ଘଟିଛି। କ୍ୟାପିଟାଲ୍ ଜିଙ୍ଗଡୁ ଫ୍ୟୁଚର୍ସର ଜଣେ ବିଶେଷଜ୍ଞ କହିଛନ୍ତି, ଓ୍ଵାନ ଚେଙ୍ଗଜି କହିଛନ୍ତି, ଚୀନ ଦୁନିଆର ସବୁଠୁ ବଡ ସୋୟାବିନ ଆମଦାନୀକାରୀ ରାଷ୍ଟ୍ର। ମାତ୍ର ଟ୍ରମ୍ପଙ୍କ ଟାରିଫ କାରଣରୁ ଆମେରିକାଠୁ ସୋୟାବିନ ଆମଦାନୀ ବନ୍ଦ କରି ଦିଆଯାଇଛି।

କଷ୍ଟମ ଡ୍ୟୁଟିର ତଥ୍ୟ ଅନୁସାରେ ଗତ ମାସରେ ବ୍ରାଜିଲଠୁ ଚୀନର ସୋୟାବିନ ଆମଦାନୀ ଗତ ବର୍ଷ ତୁଳନାରେ ୨୯.୯ ପ୍ରତିଶତ ବଢି ୧୦.୯୬ ମିଲିୟନ ଟନକୁ ବୃଦ୍ଧି ଘଟିଛି। ଏହା ଚୀନର ମୋଟ୍ ତୈଳଜାତ ଶସ୍ୟ ଆମଦାନୀର ୮୫.୨ ପ୍ରତିଶତ ରହିଛି। ସେହିପରି ଆର୍ଜେଣ୍ଟିନାଠୁ ଆମଦାନୀ ୯୧.୦୫ ପ୍ରତିଶତ ବଢି ୧.୧୭ ମିଲିୟନ ଟନକୁ ବୃଦ୍ଧି ଘଟିଛି।

ସେପ୍ଟେମ୍ବର ମାସରେ ଚୀନର ସୋୟାବିନ ଆମଦାନୀ ୧୨.୮୭ ମିଲିୟନ ଟନ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରେ ଆମେରିକାର ଗୋଟିଏ ହେଲେ ସୋୟାବିନ ନାହିଁ। ଚୀନ ଓ ବାକି ଦେଶ ଆମେରିକା ପରିବର୍ତ୍ତେ ଏବେ ସୋୟାବିନ ପାଇଁ ବ୍ରାଜିଲ ଓ ଆର୍ଜେଣ୍ଟିନା ଅଭିମୁଖେ ମୁହାଁଇଛନ୍ତି। ଅନ୍ୟପଟେ ଟ୍ରେଡ ଡିଲ୍ କାରଣରୁ ଆମେରିକାର ସୋୟାବିନ ଚାଷୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକ ପଡ଼ିଛି।