ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ପୁରୁଣା ସମସ୍ୟାର ସମାଧାନ ହେବା ଯୋଗୁ ମନ ପ୍ରଫୁଲ୍ଲ ରହିବ

NEWS7
cyclone-biporjoy-heavy-rain-monsoon-chakravarti-toofan

ମେଷ- ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ ଏବଂ ବ୍ୟବସାୟରେ ନୂତନ ନିବେଶରୁ ଲାଭ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ସହ ପଢ଼ାପଢ଼ି କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ସୁଖମୟ ହେବା ସହ ଆୟର ନୂତନ ପନ୍ଥା ଉନ୍ମୁକ୍ତ ହେବ।

ବୃଷ- ନିଜ ରାଶିରେ ଚନ୍ଦ୍ର ଥିବାରୁ ମନ ପ୍ରସନ୍ନ ରହିବ ଏବଂ ଆପଣ ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମ୍ପନ୍ନ କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୌଣସି ପ୍ରତିଯୋଗିତାରେ ସଫଳତା ପାଇବେ।ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ରହିଛି।

ମିଥୁନ- ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେବା ଯୋଗୁ ଆର୍ଥିକ ଚାପ ରହିପାରେ ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ସାମାନ୍ୟ ବାଧା ଉପୁଜିପାରେ କିନ୍ତୁ କଠିନ ପରିଶ୍ରମ କଲେ ଶୁଭଫଳ ମିଳିବ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ- ଘାତବାର ରହିଥିବାରୁ ସମସ୍ତ କାର୍ଯ୍ୟରେ ସତର୍କ ରୁହନ୍ତୁ ଏବଂ କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଆୟ ସନ୍ତୋଷଜନକ ରହିବ କିନ୍ତୁ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ମନ ଅସ୍ଥିର ରହିପାରେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।

ସିଂହ- କର୍ମକ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ। ପୁରୁଣା ସମସ୍ୟାର ସମାଧାନ ହୋଇଯିବା ଫଳରେ ମନ ପ୍ରଫୁଲ୍ଲ ରହିବ।

କନ୍ୟା- ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ସହଜରେ ସମ୍ପୂର୍ଣ୍ଣ ହେବ। ଶିକ୍ଷା କ୍ଷେତ୍ରରେ ଶୁଭଫଳ ମିଳିବା ସହ ଆୟର ନୂତନ ଉତ୍ସ ସୃଷ୍ଟି ହେବାର ସମ୍ଭାବନା ଅଛି। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ଦୂର ଯାତ୍ରା ସଫଳ ହେବ।

ତୁଳା- ସ୍ୱାସ୍ଥ୍ୟ ପ୍ରତି ଅଧିକ ସଜାଗ ରୁହନ୍ତୁ କାରଣ ଶାରୀରିକ କ୍ଲାନ୍ତି ଓ ପୀଡ଼ା ଅନୁଭବ କରିପାରନ୍ତି। ଆର୍ଥିକ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ।

ବିଛା- ଘାତ ଚନ୍ଦ୍ର ରହିଛି ତେଣୁ ମାନସିକ ଅଶାନ୍ତି ଦେଖାଦେଇପାରେ ଏବଂ କାର୍ଯ୍ୟରେ ବାଧା ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ମନ ଲାଗିବ ନାହିଁ ଏବଂ ଆୟ ଅପେକ୍ଷା ବ୍ୟୟ ବଢ଼ିବାର ସମ୍ଭାବନା ଅଛି। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ହୋଇପାରେ।

ଧନୁ- ଶତ୍ରୁମାନଙ୍କୁ ପରାଜିତ କରିବା ସହ କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିବେ। ଆର୍ଥିକ ଲାଭ ହେବାର ଉତ୍ତମ ଯୋଗ ରହିଛି ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ। ପୂର୍ବରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିପାରେ।

ମକର- ସନ୍ତାନଙ୍କ ସଫଳତାକୁ ନେଇ ଆପଣ ଗର୍ବିତ ହେବେ ଏବଂ ପରିବାରରେ ଆନନ୍ଦର ବାତାବରଣ ରହିବ। ଆର୍ଥିକ ଦିଗଟି ମଜଭୁତ୍ ରହିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଜ୍ଞାନ ଆହରଣ କରିବେ। କୌଣସି ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହେବା ଫଳରେ ମନ ଖୁସି ରହିବ।

କୁମ୍ଭ- ପାରିବାରିକ ସମ୍ପତ୍ତି କିମ୍ବା ଯାନବାହନ ସୁଖ ମିଳିବାର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅଟକିଥିବା ଧନ ଫେରି ପାଇପାରନ୍ତି।

ମୀନ- ପରାକ୍ରମ ବୃଦ୍ଧି ପାଇବ ଏବଂ ସାହସିକ ପଦକ୍ଷେପ ନେଇ କର୍ମକ୍ଷେତ୍ରରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ହାସଲ କରିବେ। ଭାତୃ ସହଯୋଗ ମିଳିବା ଫଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682