ଘର ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି ? ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ…

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ ୧୨।୦୪: ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଠକେଇ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ମାମଲା । ଏଥିପାଇଁ ସମସ୍ତେ ହେବା ଦରକାର ଅଧିକ ସତର୍କ । ଏବେ ସାମ୍ନାକୁ ଆସିଛି ଏକ ନୂଆ ସ୍କାମ୍‌ । ଯାହାର ନାଁ ହେଉଛି ଜୁସ୍ ଜ୍ୟାକିଂ ସ୍କାମ୍ । ଏହା ସାହାଯ୍ୟରେ ସାଇବର ଠକମାନେ ଖାଲି କରିପାରନ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । ଏମିତିକି ଏହି ସ୍କାମ୍‌ରେ ଆପଣଙ୍କର ଡାଟା ଏବଂ OTP ବହୁତ ସହଜରେ ହୋଇପାରିବ ଚୋରି । 

ବାସ୍ତବରେ ଆପଣ ଅନେକ ଲୋକଙ୍କୁ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଇତ୍ୟାଦିରେ ମୋବାଇଲ୍ ଫୋନ୍ ଚାର୍ଜ କରୁଥିବାର ଦେଖିଥିବେ । କ’ଣ ଜାଣନ୍ତି କି ଯେ ଏହି ଚାର୍ଜିଂ ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ! ସାଇବର ଅପରାଧୀମାନେ ପ୍ରାୟତଃ ନକଲି ଚାର୍ଜିଂ ଷ୍ଟେସନ ଲଗାଇଥାନ୍ତି କିମ୍ବା ପୂର୍ବରୁ ଥିବା ଚାର୍ଜିଂ ଷ୍ଟେସନଗୁଡ଼ିକୁ ହ୍ୟାକିଂ କରିଥାନ୍ତି ।  ଆଉ ନିରୀହ ଲୋକଙ୍କୁ କରନ୍ତି ନିଜର ଶିକାର ।

 ଠକମାନେ USB କେବୁଲ୍ ମାଧ୍ୟମରେ ଚାର୍ଜ ହେଉଥିବା ହ୍ୟାଣ୍ଡସେଟ୍‌ର ଡାଟା ଆକ୍ସେସ୍ ପାଇଯାଆନ୍ତି। ଏହାପରେ ଠକମାନେ ଚତୁରତାରେ ଫୋନ୍‌ରୁ ଗୁରୁତ୍ୱପୂର୍ଣ୍ଣ ଫଟୋ ଏବଂ ଭିଡିଓ ଚୋରି କରି ନିଅନ୍ତି । ଏମିତିକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିଦିଅନ୍ତି। ଜୁସ୍ ଜ୍ୟାକିଂ ସ୍କାମରୁ ବର୍ତ୍ତିବା ପାଇବା ପାଇଁ ସାର୍ବଜନୀନ ସ୍ଥାନରେ ଉପଲବ୍ଧ USB କେବୁଲ ବ୍ୟବହାର କରି ଫୋନ୍ ଚାର୍ଜ କରନ୍ତୁନି । ଏପରି ଭାବରେ ଆପଣଙ୍କୁ ହୋଇପାରେ ବଡ କ୍ଷତି । ଜୁସ୍ ଜ୍ୟାକିଂ ଠକେଇରୁ ଦୂରେଇବା ପାଇଁ ନିଜର ପାୱାର ବ୍ୟାଙ୍କ ବ୍ୟବହାର କରନ୍ତୁ । ଏପରି କରିବା ଦ୍ବାରା ଠକେଇରୁ ବର୍ତ୍ତିପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.