ହାଇଦ୍ରାବାଦରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟକୁ ମିଳିଲା ବଡ଼ ସଫଳତା, ଆସିଲା ବଡ଼ ପୁଞ୍ଜି ନିବେଶର ପ୍ରତିଶ୍ରୁତି

NEWS7
cwc-team-in-hirakud

ଭୁବନେଶ୍ବର: ଓଡ଼ିଶାରେ ହେବ ଆଉ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ । ସୃଷ୍ଟି ହେବ ୫୬ ହଜାର ନିଯୁକ୍ତି ସୁଯୋଗ । ହାଇଦ୍ରାବାଦ ଇନଭେଷ୍ଟର୍ସ ସମ୍ମୀଳନୀରେ ମିଳିଛି ଏହି ସଫଳତା । ଦୁଇ ଦିନିଆ ସମ୍ମିଳନୀରେ ମୋଟ ୧୩ଟି ଏମଓୟୁ ସ୍ବାକ୍ଷାରିତ ହୋଇଛି । ଯେଉଁଥିରେ ୨୭ ହଜାର ୬୫୦ କୋଟି ଟଙ୍କାର ନିବେଶ ଆସିବା ସହ ପ୍ରାୟ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ସେହିଭଳି ୩୯ ହଜାର ୧୧୩ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି ଯେଉଁଥିରେ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଔଷଧ, ଚିକିତ୍ସା ଉପକରଣ, ବିଭିନ୍ନ ଶକ୍ତି ଉପକରଣ, ବୟନ ଶିଲ୍ପ, ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଡାଟା ସେଣ୍ଟର, ସହ ଉନ୍ନତ ଉତ୍ପାଦନ ଏବଂ ଆନୁସଙ୍ଗିକ ଶିଳ୍ପଆଦି ପ୍ରମୁଖ କଂପାନି ଗୁଡିକ ଓଡିଶାରେ ପୁଞ୍ଜୀନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ଭାରତର ଅଭିବୃଦ୍ଧି ଇଞ୍ଜିନ ହେବ ।

ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରମୁଖ କମ୍ପାନୀଗୁଡ଼ିକର ବରିଷ୍ଠ ନେତୃତ୍ୱଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଥିଲେ। ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିନ୍ଦଲ ପଲି ଫିଲ୍ମସ୍ , ABI ସୋଆଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମାରୁତି ଆଦି ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏଥିରେ ୧୫ଟି ଜି-ଟୁ-ବି ମିଟିଙ୍ଗ ଆୟୋଜିତ କରାଯାଇଥିଲା। ଓଡ଼ିଶା ସରକାର ଏ ସମସ୍ତ ନିବେଶକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି।