ପରଲୋକରେ ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

NEWS7
cuttacka-jobra-market-murder-case-3-team-formed-for-investigation

ଭୁବନ: ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କ ପରଲୋକ । ଦୀର୍ଘ ଦିନ ହେବ ଲିଭର ଜଣ୍ଡିସରେ ପୀଡିତ ଥିଲେ ଯଲିଉଡର ଖଳନାୟକ ଜ୍ଞାନରଞ୍ଜନ । ଏହା ସହ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ସୋମବାର ତାଙ୍କର ଦେହାନ୍ତ ଘଟିଛି।

ଭୁବନ ଡାକ୍ତରଖାନାରେ ରହିଛି ତାଙ୍କ ମର ଶରୀର। ତୁଳସୀ ଗଣନାଟ୍ୟରୁ କଳାକାର ଜୀବନ ଆରମ୍ଭ କରି ଶେଷ ଥର ପାଇଁ କଳିଙ୍ଗ ଗଣନାଟ୍ୟରେ କଣ୍ଟ୍ରାକ୍ଟ କରିଥିଲେ। ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଚିକିତ୍ସିତ ହେଉଥିଲେ। ଆଜି ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜ୍ଞାନରଞ୍ଜନଙ୍କ ବିୟୋଗରେ ଭୁବନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।